ଅଜବ୍‌ ସର୍ତ୍ତ: ନ୍ୟୁଡ୍‌ ସେଲ୍‌ଫି ଦିଅ, ଲୋନ୍‌ ନିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

ଅଜବ୍‌ ସର୍ତ୍ତ: ନ୍ୟୁଡ୍‌ ସେଲ୍‌ଫି ଦିଅ, ଲୋନ୍‌ ନିଅ

ବେଜିଂ: ନ୍ୟୁଡ୍‌ ସେଲଫି ଦିଅ। ଋଣ ନିଅ। ମାନେ ଅଶ୍ଲୀଳ ଫଟୋ ପଠାଇଲେ ଲୋନ୍‌ ମିଳିବ। କଥାଟା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ଭାବୁଥିବେ ଏପରି ଅଜବ ବ୍ୟବସ୍ଥା କେଉଁଠି ଅଛି ? କିନ୍ତୁ ଘଟଣାଟି ଏକଦମ୍‌ ସତ। ଚାଇନାର ଏହା ଏକ ଟ୍ରେଣ୍ଡ ପାଲଟିଯାଇଛି। ଚାଇନାର ବିଭିନ୍ନ କମ୍ପାନୀମାନେ ଲୋନ୍‌ ବଦଳରେ ଏମିତି ସର୍ତ୍ତ ରଖୁଥିବା ନେଇ ବେଶ ଚର୍ଚ୍ଚା ହେଉଛି।

ଯାହା ଇଣ୍ଟରନେଟ୍‌ରେ ଝଡ଼ ସୃଷ୍ଟି କରିଛି। ଲୋନ୍‌ ପାଇଁ ଚାଇନାର କେତକ କମ୍ପାନୀ ଗ୍ରାହକମାନଙ୍କୁ ଏମିତି ସର୍ତ୍ତ ରଖୁଥିବା ‘ଭାଇସ୍‌ ଅଷ୍ଟ୍ରେଲିଆ’ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଚାଇନାର ଅର୍ଥନୀତି ଉପରେ ଲୋନ୍‌ ବ୍ୟବସ୍ଥା ଏକ ସ୍ୱତନ୍ତ୍ର ପ୍ରଭାବ ଥିବା ବେଳେ ଯୁବଗୋଷ୍ଠୀମାନେ ଏଥିପାଇଁ ଅଧିକ ଆକର୍ଷିତ ହୋଇଥାଆନ୍ତି। ଏହାକୁ ଦୃଷ୍ଟିରେ ରଖି କିଛି  ଲୋନ୍‌ ପ୍ରଦାନକାରୀ କମ୍ପାନୀ ଗ୍ରାହକମାନଙ୍କୁ ତୁରନ୍ତ ଲୋନ୍‌ ଦେବାକୁ କହି ଏମିତି ବିଚତ୍ର କାମ କରନ୍ତି। ଏଥିପାଇଁ ଗ୍ରାହକଙ୍କୁ ଅଶ୍ଳୀଳ ଫଟୋ ଓ ଭିଡିଓ ଦେବା ପାଇଁ ଦାବି ମଧ୍ୟ କରନ୍ତି।

ଆଉ ଋଣ ପ୍ରରିଶୋଧ ନକଲେ କମ୍ପାନୀ ସେମାନଙ୍କୁ ବ୍ଲାକ୍‌ମେଲିଂ କରନ୍ତି। ଲୋନ୍‌ର କିସ୍ତି ସମୟ ଅନୁସାରେ ପୈଠ ନ କଲେ, କମ୍ପାନୀ ସେହି ଅଶ୍ଳୀଳ ଫଟୋକୁ ଭାଇରାଲ କରିଦେବା ପାଇଁ ଧମକ ଦିଅନ୍ତି। ନଚେତ ଋଣ ଭାରରରୁ ମୁକ୍ତି ପାଇଁ ସେକ୍ସ ଦାବି କରାଯାଏ। ବିଶେଷ କରି ୧୯ରୁ ୨୩ ବର୍ଷ ବୟସର ଯୁବତୀଙ୍କୁ ଏମିତି ଟାର୍ଗେ କରାଯାଏ। ଚୀନ୍‌ର ୟୁଥ୍‌ ଡେଲି ରିପୋର୍ଟ ଅନୁସାରେ, ୨୦୧୬ରେ ୧୯ରୁ ୨୩ ବର୍ଷ ବୟସର ଯୁବତୀଙ୍କୁ ଦିଆଯାଇଥିବା ଲୋନ୍‌ ପ୍ରତିବଦଳରେ ୧୬୧ଜଣ ଯୁବତୀଙ୍କର ୧୦ ଜିବି ଅଶ୍ଳୀଳ ଫଟୋ ଓ ଭିଡିଓ ସଂଗ୍ରହ କରାଯାଇଥିଲା। ଯାହା ପରବର୍ତ୍ତୀ ସମୟରେ ଲିକ୍‌ କରାଯାଇ ଇଣ୍ଟରନେଟ୍‌ରେ ଭାଇରାଲ କରାଯାଇଥିଲା।



from Odisha Reporter https://ift.tt/2E7huan

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages