ଗଙ୍ଗାରେ ହୋଇଥିଲା ଅନ୍ତିମ ସଂସ୍କାର, ୧୬ମାସ ପରେ ଜୀବନ୍ତ ଫେରିଲା ମୃତ ମଣିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ଗଙ୍ଗାରେ ହୋଇଥିଲା ଅନ୍ତିମ ସଂସ୍କାର, ୧୬ମାସ ପରେ ଜୀବନ୍ତ ଫେରିଲା ମୃତ ମଣିଷ

ଲକ୍ଷ୍ନୌ: ଘଟଣାଟି ଠିକ୍‌ ଏକ ଫିଲ୍ମର କାହାଣୀ ପରି। ପ୍ରାୟ ୧୬ ମାସ ତଳେ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯିବା ପରେ ପରିବାର ଲୋକେ ମିଶି ତାଙ୍କ ମୃତ ଦେହକୁ ଗାଁ ପାଖ ଗଙ୍ଗା ନଦୀରେ ଭସାଇ ଦେଇଥିଲେ। ଅନ୍ତିମ ସଂସ୍କାରର ବିଧି ସ୍ୱରୂପ ନଦୀ କୂଳରେ ଆତ୍ମାର ଶାନ୍ତି ପାଇଁ ବିଧିବଦ୍ଧ କ୍ରିୟାକର୍ମ ମଧ୍ୟ ହୋଇଥିଲା। ଏବେ ଏହି ମୃତ ଲୋକଟି ସଶରୀରେ ଗାଁକୁ ଫେରିବା ଦେଖି ଆଖପାଖର ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ୧୬ମାସ ପରେ ସେ କେମିତି ଜୀବିତ ଅବସ୍ଥାରେ ଫେରିଲେ, ତାକୁ ନେଇ ବିଭିନ୍ନ ଚର୍ଚ୍ଚା ବି ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ଗୁନ୍ନର ଅନ୍ତର୍ଗତ ସୈମୁଲା ଗୁନ୍ନର ଗାଁ ନିବାସୀ ଯୋଗେଶ୍‌ କୁମାର୍‌ ହରିୟାଣାର ରୋହମତ୍‌ରେ କାମ କରୁଥିଲେ। ସେଠାରେ ୨୦୧୭ ଅଗଷ୍ଟ୨୩ ତାରିଖ ରାତିରେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ଏହାପରେ ତାଙ୍କୁ ସ୍ଥାନୀୟ ଲୋକ ଏକ ସାପୁଆ କେଳା ପାଖକୁ ନେଇ ଯାଇଥିଲେ। କିନ୍ତୁ ଯୋଗେଶଙ୍କ ଅବସ୍ଥା ଦେଖି ସେମାନେ ଚିକିତ୍ସା କରିବା ପାଇଁ ମନା କରି ଦେଇଥିଲେ। ଏହା ପରେ ପରିବାର ଲୋକଙ୍କୁ ମଧ୍ୟ ଖବର ଦିଆଯାଇଥିଲା। ତେବେ ଏହା ମଧ୍ୟରେ ଯୋଗେଶଙ୍କ ନିଃଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯାଇଥ୍ଲା। ପରିବାର ଓ ସ୍ଥାନୀୟ ଲୋକେ ତାଙ୍କୁ ମୃତ ଭାବି ନିକଟରେ ପ୍ରବାହିତ ଗଙ୍ଗାରେ ଶରୀରକୁ ଭସାଇ ଦେଇଥିଲେ। ନଦୀ କୂଳରେ ଅନ୍ତ୍ୟେଷ୍ଟି କ୍ରିୟା ମଧ୍ୟ ସରିଥିଲା।

ତେବେ ଦୀର୍ଘ ୧୬ମାସ ପରେ ଗତ ମଙ୍ଗଳବାର କିଛି ସାପୁଆ କେଳାଙ୍କ ସହ ଯୋଗେଶ ତାଙ୍କ ଗାଁକୁ ଫେରିଛନ୍ତି। ଯୋଗେଶଙ୍କୁ ଦେଖି ପରିବାର ଲୋକେ ଖୁସି କମ୍‌ ଆଶ୍ଚର୍ଯ୍ୟ ଅଧିକ ହୋଇଛନ୍ତି। ଯୋଗେଶ୍‌ଙ୍କୁ ଦେଖିବା ପାଇଁ ଏବେ ତାଙ୍କ ଗାଁରେ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଛି।

ଯୋଗେଶ୍‌ଙ୍କ ସହ ଆସିଥିବା ସାପୁଆ କେଳାଙ୍କ କହିବା ଅନୁଯାୟୀ, ଯୋଗେଶ୍‌ଙ୍କୁ ସେମାନେ ଗଙ୍ଗାରୁ ପାଇଥିଲେ। ଏହାପରେ ସେମାନେ ତାଙ୍କ ଚିକିତ୍ସା କରି ଶରୀରରୁ ବିଷ କାଢ଼ିଥିଲେ। ବିଷ ଖସିଯିବା ପରେ ଯୋଗେଶଙ୍କ ଜୀବନ ଫେରିଥିଲା ଏବଂ ସେ ଧୀରେ ଧୀରେ ସୁସ୍ଥ ହୋଇଥିଲେ।



from Odisha Reporter http://bit.ly/2SlBtWc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages