ସମଲିଙ୍ଗୀ ଏବଂ ଲେସ୍‌ବିଆନ୍‌ଙ୍କୁ ‘ବିଦ୍ୟୁତ୍‌ ଶକ୍‌’ ଚିକିତ୍ସା କରି ଅଡ଼ୁଆରେ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ସମଲିଙ୍ଗୀ ଏବଂ ଲେସ୍‌ବିଆନ୍‌ଙ୍କୁ ‘ବିଦ୍ୟୁତ୍‌ ଶକ୍‌’ ଚିକିତ୍ସା କରି ଅଡ଼ୁଆରେ ଡାକ୍ତର

ନୂଆଦିଲ୍ଲୀ:ଅଦ୍ଭୁତ ଚିକିତ୍ସା କରି ଅଡ଼ୁଆରେ ଡାକ୍ତର। ମାନିସିକ ବିକୃତ ରୋଗୀଙ୍କ ଲାଗି ଚିକିତ୍ସା ପଦ୍ଧିତିକୁ ସମଲିଙ୍ଗୀ ଏବଂ ଲେସ୍‌ବିଆନ୍‌ଙ୍କ ମଧ୍ୟରେ ପ୍ରୟୋଗ କରି ହରଡ଼ଘଣାରେ ଡାକ୍ତର। ସମଲିଙ୍ଗୀ ଏବଂ ଲେସ୍‌ବିଆନ୍‌ଙ୍କ କ୍ଷେତ୍ରରେ ବିଦ୍ୟୁତ୍‌ ଶକ୍‌ ଚିକିତ୍ସା ପଦ୍ଧତି ବ୍ୟବହାର କରୁଥିବାରୁ ତାଙ୍କୁ ଦିଲ୍ଲୀ କୋର୍ଟ ସମନ କରିଥିବା ଜଣାପଡ଼ିଛି। ସମ୍ପୃକ୍ତ ଡାକ୍ତର ଜଣକ ହେଉଛନ୍ତି ଡ. ପିକେ ଗୁପ୍ତା। ସମ୍ପୃକ୍ତ ଡାକ୍ତରଙ୍କ ନାମରେ ଏଭଳି ସଙ୍ଗୀନ୍ ଅଭିଯୋଗ ଆସିବା ପରେ ତାଙ୍କୁ ପୂର୍ବରୁ ଦିଲ୍ଲୀ ମେଡିକାଲ କାଉନ୍‌ସିଲରୁ ବହିଷ୍କାର କରାଯାଇଛି।

ଦିଲ୍ଲୀ ମେଡିକାଲ କାଉନ୍‌ସିଲର ଅଭିଯୋଗ ଅନୁଯାୟୀ ଡାକ୍ତର ପିକେ ଗୁପ୍ତା ଅନୈତିକ ଚିକିତ୍ସା ପନ୍ଧତିକୁ ଆପଣାଇଥିବା କୋର୍ଟରେ ଅଭିଯୋଗ କରିଛି। ଡାକ୍ତରଙ୍କ ଏହି କାରନାମା ପାଇଁ ତାଙ୍କୁ ୨୦୧୬ରୁ ଦିଲ୍ଲୀ ମେଡିକାଲ କାଉନ୍‌ସିଲରୁ ବରଖାସ୍ତ କରାଯାଇଥିବା କୁହାଯାଇଛି। ଅଭିଯୋଗ ଅନୁଯାୟୀ ଡାକ୍ତର ପିକେ ଗୁପ୍ତାଙ୍କ ସହ ଅନ୍ୟ କିଛି ଡାକ୍ତରମାନେ ଭୁଲ ପଦ୍ଧତିରେ ସମଲିଙ୍ଗୀ ଏବଂ ଲେସ୍‌ବିଆନ୍‌ଙ୍କୁ ଚିକତ୍ସା କରିଆସୁଛନ୍ତି।

ଯେଉଁ ପ୍ରକ୍ରିୟା ମେଡିକାଲ କାଉନ୍‌ସିଲ ଆକ୍ଟକୁ ବିରୋଧ କରୁଛି। ସମଲିଙ୍ଗୀ ଏବଂ ଲେସ୍‌ବିଆନ୍‌ମାନେ ଯେକୌଣସି ରୋଗରେ ପଡ଼ିଲେ ସେମାନଙ୍କୁ ହର୍ମୋନାଲ୍‌ ଥିରାପି ଏବଂ ବିଦ୍ୟୁତ୍‌ ଶକ୍‌ ଦେଇ ଚିକିତ୍ସା କରି ଆସୁଛନ୍ତି।



from Odisha Reporter https://ift.tt/2Uu7ZqK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages