ବିଜେଡିକୁ କାହିଁକି ଫେରିବେନି ବିଜୟ? ପଢ଼ନ୍ତୁ ଏଇ ୧୦ଟି ପଏଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ବିଜେଡିକୁ କାହିଁକି ଫେରିବେନି ବିଜୟ? ପଢ଼ନ୍ତୁ ଏଇ ୧୦ଟି ପଏଣ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିରୁ ଇସ୍ତଫା ଦେବାପରେ ବିଜୟ ମହାପାତ୍ର ଓ ଦିଲୀପ ରାୟ ବିଜେଡିରେ ମିଶିବେ ବୋଲି ଖୁବ୍‌ ଚର୍ଚ୍ଚା ଚାଲିଛି। କିନ୍ତୁ ବିଜୟ ମହାପାତ୍ର ନିଜ ତରଫରୁ ଏହି ଚର୍ଚ୍ଚାକୁ ଖଣ୍ଡନ କରି, ବିଜେଡିରେ ମିଶିବା ସମ୍ଭାବନାକୁ ଏଡ଼େଇ ଯାଇଛନ୍ତି। ତେବେ କାହିଁକି ସେ ବିଜେଡିକୁ ଫେରିବାର ସମ୍ଭାବନା କମ୍, ପଢ଼ନ୍ତୁ ସେ ସଂପର୍କରେ କିଛି ସମ୍ଭାବ୍ୟ କାରଣ।

୧. ଦିନେ ସେଇ ବିଜେଡିରୁ ବିଜୟ ମହାପାତ୍ରଙ୍କୁ ଅପମାନଜନକ ସ୍ଥିତିରେ ବିଦା ହେବାକୁ ପଡ଼ିଥିଲା। ସେମିତି ପୁଣିଥରେ ନହେଉ ବୋଲି ବିଜୟ ଚାହିଁବେ।

୨. ବିଜୟ ପ୍ରଚଣ୍ଡ ସ୍ୱାଭିମାନୀ। ଏହି କାରଣରୁ ସେ ବିଜେପିରେ ସାଲିସ୍ କରିପାରିଲେ ନାହିଁ। ସେଇ ସମାନ କାରଣ ତାଙ୍କୁ ବିଜେଡିରେ ବି ସମସ୍ୟାରେ ପକାଇପାରେ।

୩. ବହୁବର୍ଷ ଧରି କ୍ଷମତାରେ ରହିବା ପରେ ବିଜେଡିର ଲୋକପ୍ରିୟତା ଧୀରେ ଧୀରେ କମୁଛି। ତେଣୁ ବୁଡ଼ିବାକୁ ଯାଉଥିବା ଏକ ଡଙ୍ଗାକୁ ବିଜୟ ଉଚିତ୍ ପସନ୍ଦ ବୋଲି ଭାବୁ ନଥାଇପାରନ୍ତି।

୪. ବିଜେଡିରେ ମିଶିଲେ ବିଜୟଙ୍କୁ କେନ୍ଦ୍ରାପଡ଼ାରେ ହିଁ ଦଳ ବ୍ୟବହାର କରିବାକୁ ଚାହିଁବ। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେଡି ରାଜନୀତି ଏତେ କଳୁଷିତ ଓ ବିଭାଜିତ ଯେ, ବିଜୟ ସେଠି କେବଳ ‘ପରାଜିତ କଣ୍ଢେଇ’ଟିଏ ହେଇ ଲଜ୍ଜାଜନକ ପରିସ୍ଥିତିରେ ପଡ଼ିପାରନ୍ତି।

୫. ଏବେ ବିଜୟଙ୍କର କୌଣସି ସମସାମୟିକ ନେତା ବା ମୂଳ-ବିଜେଡି ନେତା ଆଉ ନାହାନ୍ତି। ତେଣୁ ଦଳର ‘ଚେଙ୍ଗଡ଼ା’ମାନଙ୍କ କଥା ବିଜୟଙ୍କୁ ଶୁଣିବାକୁ ପଡ଼ିବ। ଯାହାକି ତାଙ୍କ ପାଇଁ ଅପ୍ରୀତିକର ହୋଇପାରେ।

୬. ପୂର୍ବରୁ ବିଜୁବାବୁଙ୍କ ସହ ତାଙ୍କ ଅନୁଗତମାନେ ସିଧାସଳଖ କଥା ହୋଇ ପରାମର୍ଶ ଦେଇପାରୁଥିଲେ ଓ ନେଇପାରୁଥିଲେ। ଏବେ କିନ୍ତୁ ଆଉ ସେ ସ୍ଥିତି ନାହିଁ। ବିଜୟ ଜାଣନ୍ତି ଏବେ ସେ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଦେଖା କରିପାରିବେନି। ଅତି ଜୋର୍‌ରେ ସେ କେବଳ ଥାର୍ଡଫ୍ଲୋର୍ ଆଇଏଏସ୍ ସହାୟକଙ୍କୁ ଦେଖା କରିପାରିବେ।

୭. ନିଜର ବିଚକ୍ଷଣ ରାଜନୈତିକ ବୁଦ୍ଧି ପାଇଁ ବିଜୟ ଖୁବ୍ ଜଣାଶୁଣା। କିନ୍ତୁ ଏବେ ବିଜେଡିରେ ଆଉ ‘ପରାମର୍ଶ ଗ୍ରହଣ’ର ପରମ୍ପରା ନାହିଁ। ବିଜୟଙ୍କୁ କେବଳ ତୃତୀୟ ମହଲାର IASମାନେ ନେଉଥିବା ନିଷ୍ପତ୍ତି ଅନୁଯାୟୀ ହିଁ କାମ କରିବାକୁ ପଡ଼ିବ।

୮. ଏବେ ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପାଖେଇ ଆସୁଥିବାରୁ ଡ୍ରାମା ଆହୁରି ବଢ଼ିବ। ତେଣୁ ହୁଏତ ବିଜୟ ‘ୱେଟ୍ ଆଣ୍ଡ ୱାଚ୍’ ପଲିସି ଅନୁଯାୟୀ, ସ୍ଥିତି ପରଖୁଛନ୍ତି।

୯. ବିଜେଡିକୁ ଫେରିବା ନେଇ ହୁଏତ ବିଜୟ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ରଖିଥିବେ। ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଭାଗ ଛିଣ୍ଡି ନ ଥାଇପାରେ।

୧୦. ହୁଏତ ବିଜେଡିରେ ମିଶିବା ପ୍ଲାନ୍‌ ବ୍ୟତୀତ ତାଙ୍କ ପାଖରେ ଆଉକିଛି ଲୋଭନୀୟ ଓ ସୁଦୂରପ୍ରସାରୀ ଯୋଜନା ଥାଇପାରେ।



from Odisha Reporter https://ift.tt/2B2m2L0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages