
ଆଡେଲେଡ୍: ଦୀର୍ଘ ୭୦ ବର୍ଷ ପରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ତେବେ ଟିମ୍ ଇଣ୍ଡିଆର ଏହି ବିଜୟକୁ ଅଷ୍ଟ୍ରେଲୀୟ ଟେଲ୍ ଏଣ୍ଡର୍ ବା ଶେଷଭାଗର ବ୍ୟାଟ୍ସମ୍ୟାନ ବ୍ୟାଟିଂ କରି କିଛି ସମୟ ପାଇଁ କେବଳ ରୋକିଦେଇଥିଲେ ତା’ ନୁହେଁ, ସେମାନେ ଧୀରେ ଧୀରେ ବିଜୟ ଟାର୍ଗେଟ ଆଡ଼କୁ ଅଗ୍ରସର ହେଉଥିଲେ।
ବିଶେଷ କରି ନାଥନ ଲିୟନ, ପ୍ୟାଟ୍ କମିନ୍ସ ଓ ମିଚେଲ ଷ୍ଟାର୍କ ଭାରତୀୟ ବୋଲରଙ୍କୁ କଡ଼ା ମୁକାବିଲା କରି ଅଷ୍ଟ୍ରେଲିଆକୁ ବିଜୟର ନିକଟତର କରିଥିଲେ। କିନ୍ତୁ ରବିଚନ୍ଦ୍ରନ ଅଶ୍ୱିନ୍ ଶେଷ ବ୍ୟାଟ୍ସମ୍ୟାନ ଜୋଶ ହେଜେଲଉଡ୍ଙ୍କୁ ଆଉଟ୍ କରି ଭାରତକୁ ୩୧ ରନର ରୋମାଞ୍ଚକର ବିଜୟ ଆଣି ଦେଇଥିଲେ।
ତେବେ ବୋଲରମାନେ ରନ୍ ଦେଇ ଚାଲିଥିବା ବେଳେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି କିପରି ଅନୁଭବ କରୁଥିଲେ, ସେକଥାର ଖୁଲାସା ସେ ନିଜେ କରିଛନ୍ତି। ବିରାଟ୍ କହିଛନ୍ତି, “ଟେଷ୍ଟ୍ ମ୍ୟାଚ୍ରେ ଏପରି ସ୍ଥିତି ଉପୁଜେ। କିଏ କେତେବେଳେ ଆଗୁଆ ହୁଏ ତ ଆଉ କେତେବେଳେ ପଛୁଆ। ଅଷ୍ଟ୍ରେଲିଆ ଖେଳାଳିମାନେ ବହୁତ ସଂଘର୍ଷ କରିଥିଲେ। କିନ୍ତୁ ଆମେ ଆମ ଯୋଜନାରେ ସଫଳ ହେଲୁ।”
ଅଷ୍ଟ୍ରେଲୀୟ ବୋଲରମାନେ ଦମଦାର ବ୍ୟାଟିଂ କଲା ବେଳେ ଆପଣ କ’ଣ ରାଗି ଯାଇଥିଲେ କି ବୋଲି ପ୍ରଶ୍ନର ଉତ୍ତର ଦେଇ ବିରାଟ୍ କହିଛନ୍ତି, “ ମୁଁ କେବେ ହେଲେ କହିବିନି ଯେ ମୁଁ ବରଫ ଭଳି ଥଣ୍ଡା ଥିଲି। ଯଶପ୍ରୀତ ବୁମ୍ରା ତାଙ୍କ ଶେଷ ଓଭର୍ରେ ଅଧିକ ରାଗି ଯାଇଥିଲେ। କିନ୍ତୁ ମୁଁ ତାଙ୍କୁ ରିଲାକ୍ସ ହେବାକୁ କହିଥିଲି। ବୋଲରମାନେ ମିଳିତ ଭାବେ ୨୦ଟି ୱିକେଟ୍ ଦଖଲ କରିଥିବାରୁ ମୁଁ ଗର୍ବିତ। ଉଭୟ ବୋଲର ଓ ବ୍ୟାଟସ୍ମ୍ୟାନଙ୍କ ପାଇଁ ଏହି ମ୍ୟାଚ୍ ଜିତିଲୁ।”
ଚେତେଶ୍ୱର ପୂଜାରାଙ୍କୁ ପ୍ରଶଂସା କରି ବିରାଟ କହିଛନ୍ତି, ପୂଜାରା ଏକ ରାଜକୀୟ ଇନିଂସ ଖେଳିଛନ୍ତି। ଏହାଦ୍ୱାରା ଟିମ୍ ଇଣ୍ଡିଆ ମ୍ୟାଚ୍ର ପ୍ରଥମ ଦିନରେ ଭୋଗିଥିବା ସଙ୍କଟରୁ ବର୍ତ୍ତିଥିଲା। ଆମେ ପ୍ରଥମ ଇନିଂସ୍ରେ ୧୫ ରନ୍ର ସ୍ୱର୍ଣ୍ଣିମ ଅଗ୍ରଣୀ ପାଇଥିଲୁ। ଏହା ପୂଜାରାଙ୍କ ଇନିଂସ ଯୋଗୁ ସମ୍ଭବ ହୋଇପାରିଥିଲା ବୋଲି ବିରାଟ କହିଛନ୍ତି।
from Odisha Reporter https://ift.tt/2QkwYOJ
No comments:
Post a Comment