ନଗର ଉନ୍ନୟନ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ନଗର ଉନ୍ନୟନ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୋନପୁର ସହରରେ ଜନସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁ ସହରବାସୀ ଦୂଷିତ ପାଇପ୍ ଜଳ ଉପଯୋଗ କରିବାକୁ ବାଧ୍ୟ ହେଉଛନ୍ତି। ଦୂଷିତ ଜଳଯୋଗାଣ ଯୋଗୁଁ ସୋନପୁର ସହରର ଶତାଧିକ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେଣୁ ଏଭଳି ଅବ୍ୟବସ୍ଥା ପାଇଁ ସ୍ଥାନୀୟ ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକଙ୍କ ସମେତ ମୁଖପାତ୍ର ମନୋଜ ମହାପାତ୍ର, ଅଶୋକ ସାମଲ ଓ ହିମାଂଶୁ ଲେଙ୍କା ପ୍ରମୁଖ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦୂଷିତ ଜଳ ପିଇଥିବା ଯୋଗୁ ଡାକ୍ତରଖାନାରେ ଏବେ ଅସୁସ୍ଥ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।ଏପରିକି ଡାକ୍ତରଖାନା ବାରଣ୍ଡା ଏବଂ ଯିବା ଆସିବା ରାସ୍ତାରେ ମଧ୍ୟ ଡାଇରିଆ ରୋଗୀମାନେ ପଡ଼ି  ରହିଥିବା ଦେଖିବାକୁ ମିଳୁଛି। ସହରର ଜଳଦୂଷିତ ହେବାର ମୁଖ୍ୟ କାରଣ ହେଉଛି ମାଟ୍ରିକ ଶିକ୍ଷାଗତ ଯୋଗ୍ୟତା ଥିବା ଅଣପ୍ରଶିକ୍ଷିତ ଡିଏଲଆର/ଏନଏମଆର ଲୋକଙ୍କ ଦ୍ୱାରା ଜଳ ବିଶୋଧନ ପ୍ଲାଣ୍ଟ କରାଯାଉଛି। ସ୍ୱରେଜ ସିଷ୍ଟମ ନଥିବାରୁ ଆବର୍ଜନା ନଦୀ ଜଳରେ ମିଶୁଛି ଓ ସେହି ପାଣିକୁ ସହରବାସୀଙ୍କୁ ଯୋଗାଣ କରାଯାଉଛି। ଆବଶ୍ୟକ ଏବଂ ଉତ୍ତମ ଗୁଣବତ୍ତାର କେମିକାଲସ୍ ବିଶୋଧନ ପାଇଁ ଯୋଗାଇ ଦିଆଯାଉ ନାହିଁ।

୬ବର୍ଷ ଧରି ୫.୨୭କୋଟି ଟଙ୍କା ମଞ୍ଜୁର ହୋଇଥିବା ସତ୍ତ୍ୱେ ନୂଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାହିଁକି ନିର୍ମାଣ ହୋଇନି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପୂଜାରୀ ଏସବୁ ଜାଣି ମଧ୍ୟ ନିରବ ରହିଛନ୍ତି। ତେଣୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିଜ ସହରରେ ଏଭଳି ଦୂଷିତ ଜଳଯୋଗାଣ ଓ ଡାଇରିଆ ବ୍ୟାପିବା ଭଳି ଘଟଣା କାରଣରୁ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।



from Odisha Reporter https://ift.tt/2UHGR7y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages