ହକି ବିଶ୍ୱକପ୍‌: ଶେଷ ୧୦ ମିନିଟ୍‌ରେ କମ୍‌ବ୍ୟାକ୍‌ କରି ସ୍ପେନ୍‌କୁ ଅଟକାଇଲା ନ୍ୟୁଜିଲ୍ୟାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ହକି ବିଶ୍ୱକପ୍‌: ଶେଷ ୧୦ ମିନିଟ୍‌ରେ କମ୍‌ବ୍ୟାକ୍‌ କରି ସ୍ପେନ୍‌କୁ ଅଟକାଇଲା ନ୍ୟୁଜିଲ୍ୟାଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ହକି ବିଶ୍ୱକପ୍‌ର ଆଉ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ୨-୨ ଡ୍ର ହୋଇଛି। ସ୍ପେନ୍‌ ମ୍ୟାଚ୍‌ ଆରମ୍ଭରୁ ୨-୦ରେ ଆଗୁଆ ରହିଥିଲେ ହେଁ ଶେଷ ୧୦ ମିନିଟ୍‌ ନ୍ୟୁଜିଲ୍ୟାଣ୍ଡ କମ୍‌ବ୍ୟାକ୍‌ କରି ମ୍ୟାଚ୍‌କୁ ଡ୍ର ରଖିବାରେ ସକ୍ଷମ ହୋଇଛି।

ବିଶ୍ୱର ୮ ନଂ ଦେଶ ସ୍ପେନ୍‌ ମ୍ୟାଚ୍‌ ଆରମ୍ଭରୁ ନ୍ୟୁଜିଲ୍ୟାଣ୍ଡ ଉପରେ ଚାପ ସୃଷ୍ଟି କରିଥିଲା। ଏପରି କି ଦଳ ୯ ମିନିଟ୍‌ ଓ ୨୭ ମିନିଟ୍‌ରେ ଗୋଲ ସ୍କୋର କରି ୨-୦ରେ ଆଗୁଆ ହୋଇଯାଇଥିଲା। ମ୍ୟାଚ୍‌ର ୯ ମିନିଟ୍‌ରେ ଦଳ ପକ୍ଷରୁ ଆଲର୍ବଟ ବେଲଟ୍ରାନ୍‌ ଓ ୨୭ ମିନିଟ୍‌ରେ ଆଲଭାରୋ ଇଗ୍ଲେସିଆସ ଗୋଲ ସ୍କୋର କରିଥିଲେ। ଏହି ଦୁଇଟି ଗୋଲ ପରେ ସ୍ପେନ୍‌ ମ୍ୟାଚ୍‌ର ଗତିକୁ ଧିମା କରି ଦେଇଥିଲା।

ମ୍ୟାଚ୍‌ ଶେଷ ହେବାକୁ ଆଉ ୧୦ ମିନିଟ୍‌ ଥିବାରୁ ସ୍ପେନ୍‌ ଏହାକୁ ଜିତିବ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ୫୦ତମ ମିନିଟ୍‌ରେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ହେଡେନ୍‌ ଫିଲ୍ପିସ୍‌ ଗୋଲ୍‌ ସ୍କୋର କରି ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲେ। ସେହିପରି ୫୬ତମ ମିନିଟ୍‌ରେ କେନ୍‌ ରସେଲ୍‌ ଗୋଲ କରିବା ପରେ ସ୍ଥିତି ୨-୨ରେ ବରାବର ହୋଇଯାଇଥିଲା। ଶେଷ ମୁହୂର୍ତ୍ତରେ ସ୍ପେନ୍‌ ଜିତିବାକୁ ଚେଷ୍ଟା କରିଥିଲେ ହେଁ ନ୍ୟୁଜିଲ୍ୟାଣ୍ଡ ସବୁ ଉଦ୍ୟମରେ ପାଣି ପକାଇ ଦେଇଥିଲେ। ଶେଷରେ ଏକ ନିଶ୍ଚିତ ବିଜୟରୁ ସ୍ପେନ୍‌ ନିରାଶ ହୋଇଥିଲା।

ଏହି ଡ୍ର ପରେ ସ୍ପେନ୍‌ର କ୍ୱାର୍ଟର ଫାଇନାଲ୍‌ ଖେଳିବା ରାସ୍ତା କଠିନ ହୋଇଛି। ଗ୍ରୁପ୍‌ ‘ଏ’ରେ ଥିବା ସ୍ପେନ୍‌ର ପଏଣ୍ଟ ବର୍ତ୍ତମାନ ୨ ରହିଛି। ସେହିପରି ଆର୍ଜେଣ୍ଟିନା ୬ ପଏଣ୍ଟ ସହ ଗ୍ରୁପ୍‌ ଟପ୍‌ରେ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି।



from Odisha Reporter https://ift.tt/2KYfguv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages