
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ଅଭିନୟ କରିବେ ଗାୟିକା ଅସୀମା ପଣ୍ଡା। ନୂଆବର୍ଷରେ ରିଲିଜ୍ ହେବାକୁ ଯାଉଥିବା ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି: ଭାଗ୍ୟର ନୋ ଗ୍ୟାରେଣ୍ଟି’ ଚଳଚ୍ଚିତ୍ରରେ ତାଙ୍କୁ ନିଆରା ଢଙ୍ଗରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଗୀତ ଗାଇବା ସହ ସେ ଅଭିନୟର ଯାଦୁ ଦେଖାଇବେ । ତେବେ ଫିଲ୍ମରେ ତାଙ୍କ ଚରିତ୍ର କ’ଣ ରହିବ ସେ ସମ୍ପର୍କରେ ଅସୀମା କିଛି ସୂଚନା ଦେଇ ନ ଥିବା ବେଳେ ପ୍ରଥମ ଥର ଅଭିନୟ କରୁଥିବାରୁ ସେ ବେଶ୍ ଖୁସି ଅଛନ୍ତି ବୋଲି କହିଛନ୍ତି।
ଜାତୀୟସ୍ତରର ମ୍ୟୁଜିକ୍ କମ୍ପାନୀ ଆମର ମ୍ୟୁଜିକ୍ ପ୍ରାଇଭେଟ୍ ଲିମିଟେଡ୍ ଏବେ ଓଡ଼ିଆ ସିନେମା ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଛି। ଏହି ବ୍ୟାନରରେ ପ୍ରଥମ ସିନେମା ହେଲା ‘ମାଲ୍ ମହୁ ଜୀବନ ମାଟି: ଭାଗ୍ୟର ନୋ ଗ୍ୟାରେଣ୍ଟି’। ଲେଡି ବାର୍ଡ ଏଣ୍ଟରଟେନମେଣ୍ଟ ସହଯୋଗରେ ଆମର ମ୍ୟୁଜିକ୍ ଏହି ସିନେମା ପ୍ରଯୋଜନା କରୁଛନ୍ତି।
ଏହି ଫିଲ୍ମରେ ସବ୍ୟସାଚୀ ଏଲିନା ମୁଖ୍ୟ ଭୂମିକାରେ ରହିଛନ୍ତି। ଏଥିସହ ସିନେମାରେ ୨୦ ଜଣ ପ୍ରତିଭାବାନ ଭିନ୍ନକ୍ଷମ କଳାକାରଙ୍କୁ ନିଆଯାଉଥିବା ଜଣାପଡିଛି। କାରଣ ଫିଲ୍ମର କାହାଣୀରେ ସେଭଳି ଆବଶ୍ୟକତା ରହିଛି। ଏହି ସିନେମାରେ ନିଜେ ସବ୍ୟସାଚୀ ବି ଜଣେ ଭିନ୍ନକ୍ଷମ ଯୁବକ ଭୂମିକାରେ ଅଛନ୍ତି।
ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ। ଏହା ପୂର୍ବରୁ ନିର୍ଦ୍ଦେଶକ ରମେଶ ରାଉତ ‘ଚାନ୍ଦ ନା ତୁମେ ତାରା’, ‘ଗଡ଼ଫାଦର୍’ ‘ଟୋକାଟା ଫସିଗଲା’ ଓ କାବୁଲା ବାରବୁଲା, ‘ସର୍ଚିଂ ଫର୍ ଲୈଲା’ ଆଦି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି।
from Odisha Reporter https://ift.tt/2SM4Y3m
No comments:
Post a Comment