
ମେଲବର୍ଣ୍ଣ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଟିମ୍ ବସ୍ରୁ ବାହାରିବାର ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ମଧ୍ୟ ମ୍ୟାଚ୍ ବ୍ୟତୀତ ଅନ୍ୟ ସବୁ ଘଟଣାକୁ ନେଇ ଟିମ୍ ଇଣ୍ଡିଆ ଚର୍ଚ୍ଚାକୁ ଆସିଥିଲାବେଳେ ଏଥର କିନ୍ତୁ ଟିକେ ନିଆରା। ମେଲବର୍ଣ୍ଣ ଟେଷ୍ଟ ସମୟରେ ବସ୍ରୁ ବାହାରିବାବେଳେ ଶାସ୍ତ୍ରୀ ବିୟର ପିଉଥିବାର ଏକ ଭିଡିଓ ଏବେ ବେଶ୍ ଚର୍ଚ୍ଚାରେ।
ବସ୍ ବାହାରେ ଅପେକ୍ଷା କରି ରହିଥିବା ପ୍ରଶଂସକ ଟିମ୍ ଭାରତ ଆର୍ମିର ସଦସ୍ୟମାନେ ଉତ୍ସବ ମନାଉଥିବାର ଏକ ଦୃଶ୍ୟ ମଧ୍ୟ ଏଥିରେ ରହିଛି। ଭିଡିଓରେ ଦେଖାଯାଉଛି ଏହି ପ୍ରଶଂସକମାନେ ବାହାରେ ଗୀତର ତାଳେ ତାଳେ ଟିମ୍ ବିରାଟକୁ ସ୍ୱାଗତ କରୁଛନ୍ତି।
Shastri comes out first holding beer. #AUSvIND https://t.co/bBv0ipoAB4
— CricTracker (@Cricketracker) December 30, 2018
ବସ୍ ଅଟକିବା ପରେ ଶାସ୍ତ୍ରୀ ବିୟର ହାତରେ ଧରି ଓହ୍ଲାଇଥିଲେ। କିନ୍ତୁ ଉତ୍ସବରତ ପ୍ରଶଂସକଙ୍କୁ ଅଣଦେଖା କରି ବିୟର ଢୋକ ମାରିମାରି ଆଗକୁ ଚାଲିଯାଇଥିଲେ।
ଏହି ଭିଡିଓରେ ଆହୁରି ମଧ୍ୟ ଦେଖାଯାଉଛି ଅଧିନାୟକ ବିରାଟ କୋହଲି ଭାରତ ଆର୍ମିର ଧୂନ୍ ସହିତ ତାଳଦେଇ ନାଚୁଥିଲେ।
ତେବେ ଶାସ୍ତ୍ରୀଙ୍କୁ ନେଇ ଟ୍ୱିଟର ବ୍ୟବହାରକାରୀ ଟ୍ରଲ୍ କରିବା ଏଥର ପ୍ରଥମଥର ନୁହେଁ। ପୂର୍ବରୁ ଭାଷ୍ୟକାର ସୁନୀଲ ଗାଭାସ୍କରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, “ସଚ୍ କହୁଁ ମୁଁହ ମେଁ….. ଆଗୟା।” ଏହି ଅବସରରେ ସେ ଏକ ଅଶ୍ଲୀଳ ଶବ୍ଦ ବ୍ୟବହାର କରି ବେଶ ସମାଲୋଚନାର ଶିକାର ହୋଇଥିଲେ।
from Odisha Reporter http://bit.ly/2GNHEB7
No comments:
Post a Comment