‘ଓଡ଼ିଶା ରିପୋର୍ଟର’ ଫେସ୍‌ବୁକ୍‌ ପୋଲିଂ: ୫୫% ୟୁଜର୍ କହିଲେ, ଓଡ଼ିଶା ଉପରେ ପଡ଼ିବ ୫ ରାଜ୍ୟର ନିର୍ବାଚନୀ ଫଳର ପ୍ରଭାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

‘ଓଡ଼ିଶା ରିପୋର୍ଟର’ ଫେସ୍‌ବୁକ୍‌ ପୋଲିଂ: ୫୫% ୟୁଜର୍ କହିଲେ, ଓଡ଼ିଶା ଉପରେ ପଡ଼ିବ ୫ ରାଜ୍ୟର ନିର୍ବାଚନୀ ଫଳର ପ୍ରଭାବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଶ୍ନ ଥିଲା, ୫ଟି ରାଜ୍ୟର ‘ସତ୍ତା-ବିରୋଧୀ ନିର୍ବାଚନୀ ଫଳ’ ଓଡ଼ିଶା ଭୋଟରଙ୍କ ଉପରେ ମଧ୍ୟ ପଡ଼ିବ କି? ଉତ୍ତରରେ ଅଧିକାଂଶ ଲୋକ ଆକଳନ କରିଛନ୍ତି ଯେ, ହଁ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିବ।

ନମ୍ବର-୧ ଓଡ଼ିଆ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶା ରିପୋର୍ଟର’ ପକ୍ଷରୁ ଏହାର ଫେସ୍‌ବୁକ୍ ପେଜ୍‌ରେ କରାଯାଇଥିବା ଏକ ଜନମତ ସର୍ଭେରୁ ଏମିତି ଫଳାଫଳ ଆସିଛି। ସୂଚନାଯୋଗ୍ୟ ଯେ, ଡିସେମ୍ବର ୧୨ ତାରିଖରେ, ‘ଓଡ଼ିଶା ରିପୋର୍ଟର’ର ଫେସ୍‌ବୁକ୍ ପେଜ୍‌ରେ, ଏହାର ଫଲୋଅର୍‌ଙ୍କୁ ଏହିପରି ଗୋଟିଏ ପ୍ରଶ୍ନ ପଚରାଯାଇ, ଏକ ପୋଲ୍ ଆରମ୍ଭ କରାଯାଇଥିଲା। ଏହାର ଉତ୍ତର ‘ହଁ’ କିମ୍ବା ‘ନା’ରେ ଦେବାକୁ କୁହାଯାଇଥିଲା।

ଏବେ ଯାଏ ‘ଓଡ଼ିଶା ରିପୋର୍ଟର’ ଫେସ୍‌ବୁକ୍ ପେଜ୍‌ର ୫୫ ପ୍ରତିଶତ ଫଲୋଅର୍ କହିଛନ୍ତି ଯେ, ୫ଟି ରାଜ୍ୟର ‘ସତ୍ତା-ବିରୋଧୀ’ ନିର୍ବାଚନୀ ଫଳାଫଳ ଓଡ଼ିଶାରେ ମଧ୍ୟ ପଡ଼ିବ। ଅର୍ଥାତ ଆଗାମୀ ନିର୍ବାଚନରେ ଓଡ଼ିଶାରେ ମଧ୍ୟ ‘ଆଣ୍ଟି-ଇନକମବେନସି’ ବା ‘କ୍ଷମତା-ବିରୋଧୀ’ ମନୋଭାବ କାମ କରିବ। ଲୋକେ ଶାସନ ଗାଦିରେ ବସିଥିବା ସରକାର ବିରୋଧରେ ଭୋଟ୍ ଦେଇପାରନ୍ତି।

ସେହିପରି ଓଡ଼ିଶା ରିପୋର୍ଟର ଫେସ୍‌ବୁକ୍‌ ପେଜ୍‌ର ୪୫ ପ୍ରତିଶତ ଭୋଟର ‘ନା ପ୍ରଭାବ ପଡ଼ିବ ନାହିଁ’ ବୋଲି କହିଛନ୍ତି। ଅର୍ଥାତ ୫ଟି ରାଜ୍ୟର ନିର୍ବାଚନୀ ଫଳର କୌଣସି ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ। ଏବେସୁଦ୍ଧା ୧୩ ହଜାର ୨୩୯ ଜଣ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ପାଖରେ ଏହି ପୋଲ୍‌-ପୋଷ୍ଟ ପହଞ୍ଚି ସାରିଥିଲେ ବି ଏଥିରେ ୫୮୧ ଜଣ ଭାଗ ନେଇଛନ୍ତି। ଏବେବି ଭୋଟିଂ ଲାଇନ୍ ଖୋଲା ରହିଛି।

କିଛି ଫଲୋଅର୍ ସେମାନଙ୍କ ମତ ମଧ୍ୟ ଲେଖିଛନ୍ତି। ‘ବିଶ୍ୱାଳ ଶରତ’ ଓ ‘ଜିତ୍‌ସା ଜିତେନ୍ଦ୍ର’ ନାମକ ଫେସ୍‌ବୁକ୍‌ ଆକାଉଣ୍ଟଧାରୀ ଲେଖିଛନ୍ତି ଯେ, ଓଡ଼ିଶାରେ ନବୀନ ପଟ୍ଟନାୟକ ହିଁ ଉପଯୁକ୍ତ ମୁଖ୍ୟମନ୍ତ୍ରୀ। ଏକତୃତୀୟାଂଶ ଜନସାଧାରଣ କେବଳ ତାଙ୍କୁ ହିଁ ଭୋଟ୍ ଦେବେ। ସେହିପରି ‘ଶିବପ୍ରସାଦ ଶିବ୍‌ସ’ ନାମକ ଆକାଉଣ୍ଟଧାରୀ କହିଛନ୍ତି ଯେ, ସମୟ କହିବ, ଆମେ ତ କେବଳ ସାଧାରଣ ଜନତା।



from Odisha Reporter https://ift.tt/2GfRQlr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages