ବ୍ରିଟେନ୍‌ ଗଲା ସିବିଆଇ ଟିମ୍, ଭାରତ ଫେରିବେ ମାଲ୍ୟା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ବ୍ରିଟେନ୍‌ ଗଲା ସିବିଆଇ ଟିମ୍, ଭାରତ ଫେରିବେ ମାଲ୍ୟା!

ନୂଆଦିଲ୍ଲୀ: ସୋମବାର ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଶୁଣାଣିରେ ଯୋଗଦେବାପାଇଁ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏସ୍‌ ସାଇ ମନୋହରଙ୍କ ନେତୃତ୍ୱରେ ଏକ ଟିମ୍‌ ବ୍ରିଟେନ୍‌ ଗସ୍ତ କରିଛନ୍ତି। ମାଲ୍ୟାଙ୍କ ପ୍ରତ୍ୟର୍ପଣ ସମ୍ଭବ ହେଲେ ସେ ଏହି ଅଧିକାରୀଙ୍କ ସହିତ ଭାରତ ଫେରିବାର ସମ୍ଭାବନା ରହିଛି

ରାକେଶ ଆସ୍ଥାନାଙ୍କ ମାମଲାର ଶୁଣାଣି ସରିନଥିବାରୁ ତାଙ୍କ ସ୍ଥାନରେ ମନୋହରଙ୍କୁ ଯିବାକୁ ପଡ଼ିଛି। ଅସ୍ଥାନା ପୂର୍ବରୁ ଏସ୍‌ଆଇଟି ମୁଖ୍ୟ ଦାୟିତ୍ୱରେ ଥିଲେ, ଯାହା ବର୍ତ୍ତମାନ ମନୋହର ସମ୍ଭାଳୁଛନ୍ତି। ସିବିଆଇ ଅଧିକାରୀମାନଙ୍କ ସହିତ ଦୁଇ ଜଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀ ମଧ୍ୟ ଏହି ଗସ୍ତରେ ଯାଇଛନ୍ତି।

ମାଲ୍ୟାଙ୍କ ନାମରେ ୯ହଜାର କୋଟି ଟଙ୍କାର ଋଣ ଖିଲାପ ଏବଂ ଅର୍ଥ ହେରଫେର ଅଭିଯୋଗ ରହିଛି। ସେ ୨୦୧୬ ମସିହା ମାର୍ଚ୍ଚରୁ ଲଣ୍ଡନ୍‌ରେ ଆତ୍ମନିର୍ବାସନରେ ଅଛନ୍ତି।

ଭାରତୀୟ ତଦନ୍ତକାରୀ ସଂସ୍ଥା ତାଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରାଣପ୍ରଣେ ଉଦ୍ୟମ ଚଳାଇଛନ୍ତି। ଆସନ୍ତାକାଲି ଲଣ୍ଡନ୍‌ର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2RRIVbv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages