
ନୂଆଦିଲ୍ଲୀ: ଅଯୋଧ୍ୟା ରାମଜନ୍ମଭୂମିରେ ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଦାବିକୁ ତ୍ୱରାନ୍ୱିତ କରିବାପାଇଁ ନୂଆଦିଲ୍ଲୀରେ ବିଶ୍ୱ ହିନ୍ଦୁ ପରିଷଦର ଡାକରାରେ ଏକାଠି ହୋଇଛନ୍ତି ବିଭିନ୍ନ ହିନ୍ଦୁ ସଂଗଠନ। ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ‘ସର୍ କାର୍ଯ୍ୟବାହ୍’ ସୁରେଶ ଭୈୟାଜୀ ଯୋଶୀ ସିଧାସଳଖ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।
୨୦୧୪ ନିର୍ବାଚନ ସମୟରେ ବର୍ତ୍ତମାନ କ୍ଷମତାରେ ଥିବା ଦଳ ଅଯୋଧ୍ୟାରେ ରାମମନ୍ଦିର ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏ ପୂରଣ ହୋଇନଥିବାନେଇ ବର୍ଷିଛନ୍ତି ଭୈୟାଜୀ। ଏଥିସହିତ ସେ ଦାବି କରିଛନ୍ତି ଯଦି ଆବଶ୍ୟକତା ପଡ଼େ ଅଧ୍ୟାଦେଶ ଆଣି ଏହା କରାଯାଇପାରିବ।
ସେ ଆହୁରି ମଧ୍ୟ କହିଛନ୍ତି, “ଆଜି ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ରାମ ମନ୍ଦିର ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ। ସେମାନେ ଜନତାଙ୍କ ଦାବି ଶୁଣିବା ଦରକାର। ସେମାନେ ଲୋକଙ୍କର ଭାବନା ବାବଦରେ ବେଶ ଭଲ ଭାବେ ଅବଗତ।”
ବିଜେପିର ନାମ ନନେଇ ସେ କହିଥିଲେ, ଆମେ ଏଥିପାଇଁ କାହାପାଖରେ ଭିକ ମାଗୁନୁ। ଆମେ କେବଳ ଆମ ଭାବନା ବ୍ୟକ୍ତ କରୁଛୁ। ଦେଶରେ ରାମରାଜ୍ୟ ଦରକାର।
from Odisha Reporter https://ift.tt/2QmKXTZ
No comments:
Post a Comment