1942-A Love Story: ପ୍ରଥମେ ଆଉଟ୍ ପରେ ଏମିତି ଇନ୍ କରିଥିଲେ ମନିଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

1942-A Love Story: ପ୍ରଥମେ ଆଉଟ୍ ପରେ ଏମିତି ଇନ୍ କରିଥିଲେ ମନିଷା

ମୁମ୍ବାଇ:ଅଭିନେତ୍ରୀ ମନିଷା କୋଇରାଲା ନିଜ ଜୀବନରେ ଅନେକ ଉତ୍‌ଥାନ ପତ୍ତନ ଦେଖିଛନ୍ତି। ସେ ଫିଲ୍ମ ଲାଇଫ୍‌ ହେଉକି ବ୍ୟକ୍ତିଗତ ସବୁଥିରେ ସେ ବିଫଳତା ଓ ସଫଳତାର ସ୍ୱାଦ ଚାଖିଛନ୍ତି। ଅଡ଼ିସନ୍‌ରେ ତାଙ୍କୁ ରିଜେକ୍‌ସନ୍‌ଠୁ ଆରମ୍ଭ କରି ବିବାହ ବିଚ୍ଛେଦ ଓ କର୍କଟ ରୋଗରୁ ନୂଆ ଜୀବନ ପାଇବା ଏମିତି ଅନେକ କିଛି ।ତେବେ ନିକଟରେ କୋଇରାଲା ବଲିଉଡ୍‌ରେ ନିଜର ଦ୍ୱିତୀୟ  ଫିଲ୍ମରେ ପ୍ରତ୍ୟାଖିତ ପରେ କେମିତି ସୁଯୋଗ ପାଇଥିଲେ ସେ ବିଷୟରେ କହିଛନ୍ତି। ସେ ତାଙ୍କ ବହି Healed: How Cancer Gave Me a New ଜରିଆରେ ନିଜ ବଲିଉଡ୍‌ ଯାତ୍ରା ସହ ଜଡ଼ିତ କିଛି କଥାର ଖୋଲାସା କରିଛନ୍ତି।

ମନିଷା ନିଜ ବହିରେ ଲେଖିଛନ୍ତି, ‘‘ମୋର  ମନେ ଅଛି ଫିଲ୍ମ 1942-A Love Storyର ସ୍କ୍ରିନ୍‌ ଟେଷ୍ଟ୍‌ ହେଉଥିଲା। ଫିଲ୍ମର ନିର୍ଦ୍ଦେଶକ ବିଦ୍ଧୁ ବିନୋଦ ଚୋପ୍ରା ମତେ ଡାକିଥିଲେ। କିନ୍ତୁ ସବୁଠୁ ଦୁଃଖର କଥା ଥିଲା ଯେ, ସେ ମତେ କହିଥିଲେ ମନିଷା ୟୁ ଆ‌ର୍‌ ଶିଟ୍‌, ୟୁ ଆର ଟେରିବଲ୍‌ ଆକ୍‌ଟ୍ରେସ୍‌ ତଥା ତୁମେ ଜଣେ ଫାଲ୍‌ତୁ ଅଭିନେତ୍ରୀ ମନିଷା ଆଗକୁ କହିଥିଲେ, ‘ବିଦ୍ଧୁ ବିନୋଦ ଚୋପ୍ରାଙ୍କ କଥା ଶୁଣି ମତେ ଖୁବ୍‌ ଦୁଃଖ ହୋଇଥିଲା।

ତା’ପରେ ନିଜକୁ ମୁଁ ଚ୍ୟାଲେଞ୍ଜ୍‌ କରିଥିଲି। ଆଉ ଦ୍ୱିତୀୟ ଟେଷ୍ଟ୍‌ ପାଇଁ ୨୪ ଘଣ୍ଟା  ସମୟ ମାଗିଥିଲି। ତା’ପରେ ଘରେ ପହଞ୍ଚି ମୁଁ ପ୍ରାକ୍ଟିସ୍‌ ଆରମ୍ଭ କରିଦେଇଥିଲି। ମୋତେ ଚିନ୍ତାରେ ଦେଖି ମୋ ମା’ କହିଥିଲେ ନ ମିଳିଲା ତ’ କିଛି କଥା ନାହିଁ । କିନ୍ତୁ ଏମିତି ନିଜକୁ କଷ୍ଟ ଦିଅ ନାହିଁ।’’ କିନ୍ତୁ କିଛି ନ ଶୁଣି ଅଭ୍ୟାସ କରିଥିଲି। ତା’ପର ଦିନ ମୋର ପ୍ରତିଭା ଦେଖି ବିଦ୍ଧୁ ବିନୋଦ ଚୋପ୍ରା କହିଥିଲେ,‘‘ଯଦି ତୁମେ ତୁମ ମନ ଓ ହୃଦୟରୁ  ଅଭିନୟ କରିବ ତେବେ ମାଧୁରୀ ଦିକ୍ଷୀତ୍‌ଙ୍କ ସ୍ଥାନରେ ମୁଁ ତୁମକୁ ସାଇନ୍‌ କରିବି। ସେ କହିଥିଲେ ମନିଷା କାଲି ପର୍ଯ୍ୟନ୍ତ ତୁମେ ଶୂନ ଥିଲ କିନ୍ତୁ ଆଜି ତୁମେ ଶହେ।



from Odisha Reporter http://bit.ly/2FalXt4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages