ଏମିତି ଥିଲା ନିକିତାଙ୍କ ଫିଲ୍ମି କ୍ୟାରିଅର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ଏମିତି ଥିଲା ନିକିତାଙ୍କ ଫିଲ୍ମି କ୍ୟାରିଅର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ନିକିତା ଲିପନ ସାହୁଙ୍କ ମୃତ୍ୟୁ ହୋଇଯାଇଛି। କଟକରେ ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କ ମୃତ୍ୟୁ ଏବେ ସନ୍ଦେହ ଘେରରେ। ଛାତରୁ ଖସି ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସେ ସିନା ଆଖି ବୁଜିଛନ୍ତି, ହେଲେ ତାଙ୍କର ୬ ମାସର ପୁଅ ମା’ ଛେଉଣ୍ଡ ହୋଇଯାଇଛି।

ନିକିତା ଓଲିଉଡ୍‌ ଟେଲିଭିଜନ୍‌ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ଫିଲ୍ମରେ ବି କାମ କରିଛନ୍ତି। ନିକିତା ତାଙ୍କା କ୍ୟାରିଅର୍‌ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ପିଲ୍ମ ‘ଆଖି ଖୋଲିବାକୁ ଡର ଲାଗୁଛି’ରୁ ଆରମ୍ଭ କରିଥିଲେ। ତାପରେ ନିକିତା ଦୁଇଟି ଓଲିଉଡ୍ ଫିଲ୍ମ ‘ଚୋରି ଚୋରି ମନ ଚୋରି’ ଓ ‘ମିତ ବସିଛି, ଭୁତ ସାଥିରେ’ରେ ଅଭିନୟ କରିଥିଲେ। ଗୋଟିଏ ଥିରେ ଦେବାଶିଷ ଓ ଅନ୍ୟଟିରେ ଦୁଷ୍କନ୍ତଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା।

ନିକିତା ଫିଲ୍ମ ସହ ଟେଲି ଦୁନିଆରେ ମଧ୍ୟ ନିଜ ପ୍ରତିଭା  ଦେଖେଇଛନ୍ତି।  ସେ ଟେଲି ଧାରବାହିକ ତପସ୍ୟାରେ  ଲିଡ୍‌ ଚରିତ୍ରରେ ଅଭିନୟ କରିଥିଲେ।  ତା’ପରେ ସେ ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିବା ‘‘ଏସିପି ନିକିତା’ରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଥିଲା ‘ଗୁଣ୍ଡା’।  ସେଥିରେ ସେ ଓଲିଉଡ୍‌ ସୁପରଷ୍ଟାର ସିଦ୍ଧାର୍ଥ ମହାପାତ୍ରଙ୍କ ଅପୋଜିଟ୍‌ରେ ଅଭିନୟ କରିଥିଲେ।

 



from Odisha Reporter http://bit.ly/2F9Mqaw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages