
ଭୋପାଲ: ଦୀର୍ଘ ୧୫ ବର୍ଷ ଧରି ମଧ୍ୟପ୍ରଦେଶରେ ଶାସନ କରୁଥିବା ବିଜେପିକୁ ଗାଦିଚ୍ୟୁତ କରି କଂଗ୍ରେସ ଏଥର କ୍ଷମତା ଦଖଲ କରିଛି। ତେବେ ଦୀର୍ଘ ୧୫ ବର୍ଷ ହେଲା ବର୍ଷର ପ୍ରଥମ ଦିନରେ ଓ ପ୍ରତ୍ୟେକ ମାସର ପ୍ରଥମ ଦିନରେ ସଚିବାଳୟରେ ସମସ୍ତେ “ବନ୍ଦେ ମାତରମ୍ ” କହିବାର ନିୟମ ଥିବା ବେଳେ କଂଗ୍ରେସ ସରକାର ଏହାପରେ ରୋକ ଲଗାଇଛନ୍ତି।
ଅର୍ଥାତ ୨୦୧୯ର ପ୍ରଥମ ଦିନ କୌଣସି ପ୍ରକାରର ବନ୍ଦେ ମାତରମ୍ ସ୍ଲୋଗାନ ସଚିବାଳୟରେ ଶୁଣିବାକୁ ମିଳିନାହିଁ। ଏହି ଖବର ପ୍ରଚାରିତ ହେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।
ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି, “ ପୂର୍ବରୁ ଯେଉଁ ନିୟମ ପ୍ରଚଳନ ହେଉଥିଲା, ତା’ ଉପରେ ବର୍ତ୍ତମାନ ରୋକ ଲାଗିଛି। କାରଣ ନୂଆ ଶୈଳୀରେ ଏହାକୁ ପାଳନ କରାଯିବ।”
ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି, “ ବନ୍ଦେ ମାତରମ କେବଳ ଜାତୀୟ ସଂଗୀତ ନୁହେଁ। ଏହା ଦେଶଭକ୍ତିର ଏକ ପ୍ରତୀକ। ତେଣୁ କଂଗ୍ରେସ ଏହି ନିୟମକୁ ପାଳନ କରିବା ଦରକାର।
from Odisha Reporter http://bit.ly/2s2Tmxz
No comments:
Post a Comment