ଏମିତି ଗୋଟିଏ ଅବଶୋଷ ନେଇ ଚାଲିଗଲେ କାଦର ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ଏମିତି ଗୋଟିଏ ଅବଶୋଷ ନେଇ ଚାଲିଗଲେ କାଦର ଖାନ୍‌

ମୁମ୍ବାଇ:  ଅଭିନେତା କାଦର ଖାନ୍‌ ଆଉ ଏ ଦୁନିଆରେ ନାହାନ୍ତି। କିନ୍ତୁ ତାଙ୍କ ସହ ଜଡ଼ିତ ଅନକ କଥା, କାହାଣୀ ଆଜି ବି ତାଜା ଅଛି। ହେଲେ ଜାଣିଛନ୍ତି ଏତେ ଲୋକଙ୍କ ହୃଦୟ ଜିଣିଥିବା ଏହି ମଣିଷ ଜଣକ କିନ୍ତୁ କିଛି ଅବଶୋଷ ନେଇ ଆରପାରିକୁ ଚାଲି ଯାଇଛନ୍ତି। ଯାହା ତାଙ୍କ ଜୀବଦ୍ଦଶାରେ ପୂରଣ ହୋଇପାରିଲା ନାହିଁ।

ଆଜି ଆମେ କାଦର ଖାନ୍‌ଙ୍କ ସେହି ଅବଶୋଷ ସମ୍ପର୍କରେ ଆପଣଙ୍କୁ କହିବୁ।

କାଦର ଓ ଅମିତାଭ୍‌ ବଚ୍ଚନ ଏକାଠି ଅନେକ ଫିଲ୍ମରେ କାମ କରିଛନ୍ତି।  ସେହି ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ଅଦାଲତ, ସୁହାଗ ମୁକଦ୍ଦର କା ସିକନ୍ଦର, ନସିବ୍‌, କୁଲି ଭଳି ଜବରଦସ୍ତ ସିନେମା।

କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣିଛନ୍ତି ଯେ, କାଦର ଖାନ୍‌ ‘ଅମର ଆକ୍‌ବର ଆନ୍ଥୋନୀ, ସତ୍ତେପେ ସତ୍ତା ଓ ସରାବୀ ଭଳି ଫିଲ୍ମ ପାଇଁ ସ୍କ୍ରିପ୍ଟ ମଧ୍ୟ ଲେଖିଛନ୍ତି।

କିଛିଦିନ ପୂର୍ବରୁ ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ, ସେ ଅମିତାଭ୍‌ ବଚ୍ଚନକୁ ନେଇ ନିଜର ଏକ ଅବଶୋଷ ବଖାଣି ଥିଲେ।

କହିଥିଲେ, ‘‘ମୁଁ ଅମିତାଭ୍‌ ବଚ୍ଚନ, ଜୟାପ୍ରଦା ଓ ଅମରେଶ୍‌ ପୁରୀଙ୍କୁ ନେଇ ଏକ ଫିଲ୍ମ ‘ଜାହିଲ୍‌’ ତିଆରି କରିବାକୁ ଚାହୁଁଥିଲି। ତାର ନିର୍ଦ୍ଦେଶନା ଦାୟିତ୍ୱ ବି ନିଜେ ନେବାକୁ ଚାହୁଁଥିଲି।  କିନ୍ତୁ ଆଲ୍ଲାଙ୍କୁ ବୋଧେ ଏହା ମଞ୍ଜୁର ନ ଥିଲା। ‘କୁଲି’ର ଶୁଟିଂ ସମୟରେ ଆମିତାଭ୍‌ଙ୍କୁ ଆଘାତ ଲାଗିଲା। ଅନେକ ମାସ ହସ୍ପିଟାଲ୍‌ରେ ରହି ଫେରିବା ପରେ ସେ ରାଜନୀତିରେ ପାଦ ଥାପିଲେ, ଆଉ ମୁଁ ମୋର ଅନ୍ୟ ପ୍ରୋଜେକ୍ଟରେ କାମ କରିବାକୁ ଲାଗିଲି। ଏଣୁ ମୋର ତାଙ୍କୁ ନେଇ ଫିଲ୍ମ ତିଆରି କରିବାର ସ୍ୱପ୍ନ ସ୍ୱପ୍ନରେ ରହିଗଲା।”



from Odisha Reporter http://bit.ly/2LKdTQo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages