ବିଜେଡି ପାଇଁ ଏବେ ମହିଳା ଏସଏଚଜି ଭରସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ବିଜେଡି ପାଇଁ ଏବେ ମହିଳା ଏସଏଚଜି ଭରସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୧୯ବର୍ଷର ନବୀନ ପଟ୍ଟନାୟକ ସରକାର ପ୍ରତି ବୃଦ୍ଧି ପାଉଥିବା ଜନ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ବିଜେଡି ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)କୁ ନିଜର ମୁଖ୍ୟ ଆୟୁଧ କରିବାକୁ ରଣନୀତି ପ୍ରସ୍ତୁତ କରିଛି। ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସରକାରୀ ଭାବେ ପ୍ରାୟୋଜିତ ମହିଳା ଏସଏଚଜି ସମ୍ମିଳନୀ ଆୟୋଜନ କରି ବିଜେଡି ତା’ର ଭୋଟବ୍ୟାଙ୍କ ସୁଦୃଢ଼ କରିବାକୁ ଯୋଜନା କରିଛି। ଏହି କ୍ରମରେ ଆସନ୍ତା ୫ ତାରିଖରେ ପୁରୀରେ ଏକ ବିରାଟ ଏସଏଚଜି କର୍ମଶାଳାର ଆୟୋଜନ କରାଯାଇଛି ଓ ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ମିଳିଥିବା ସୂଚନା ଅନୁସାରେ ଜିଲ୍ଲାସ୍ତରର ମହିଳା ଏସଏଚଜି କର୍ମଶାଳାକୁ ସଫଳ କରିବା ପାଇଁ ଗତ ରବିବାର ନବୀନ ନିବାସରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଜିଲ୍ଲାର ସମସ୍ତ ଦଳୀୟ ବିଧାୟକ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ଅଧିକ ସଂଖ୍ୟକ ମହିଳା ଯେଭଳି ସାମିଲ ହେବେ ସେଥିପାଇଁ ବିଧାୟକମାନଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରଶାସନିକସ୍ତରରେ ମହିଳା ଏସଏଚଜି ସଦସ୍ୟମାନଙ୍କୁ ଯେଭଳି କର୍ମଶାଳାକୁ ଅଣାଯିବ ସେଥିପାଇଁ ଆସନ୍ତାକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ।

ସୂଚନା ଅନୁସାରେ ଏହି କର୍ମଶାଳାରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜିଲ୍ଲାର ସମସ୍ତ ଦଳୀୟ ବିଧାୟକ ଓ ସାଂସଦ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କର୍ମଶାଳାରେ ଯୋଗ ଦେବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଅନୁରୂପ ମହିଳା ଏସଏଚଜି କର୍ମଶାଳା ଖୁବଶୀଘ୍ର ସୁନ୍ଦରଗଡ଼, ମୟୂରଭଞ୍ଜ ଓ କଳାହାଣ୍ଡିରେ ଅନୁଷ୍ଠିତ ହେବ ଓ ସେଥିରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାମିଲ ପାଇଁ ଦଳ ପକ୍ଷରୁ ଚାପ ପଡ଼ୁଛି। ତେବେ ଏହି ୩ଜିଲ୍ଲାର କାର୍ଯ୍ୟକ୍ରମ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏପର୍ଯ୍ୟନ୍ତ ସବୁଜ ସଙ୍କେତ ଦେଇନଥିବା ଜଣାପଡ଼ିଛି।



from Odisha Reporter http://bit.ly/2AppOPe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages