‘କାଳିଆ’ ଆବେଦନ ପାଇଁ ୨ ଦିନ ବାକି, ହିତାଧିକାରୀ ଚୟନ ନେଇ ଉଠିଲା ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

‘କାଳିଆ’ ଆବେଦନ ପାଇଁ ୨ ଦିନ ବାକି, ହିତାଧିକାରୀ ଚୟନ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଖୁସି କରିବା ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଲାଗୁ କରିଛନ୍ତି। ହେଲେ ହିତାଧିକାରୀ ଚୟନ ପ୍ରକ୍ରିୟା ଏକ ବିଶାଳ ଚ୍ୟାଲେଞ୍ଜ ହୋଇପଡ଼ିଛି। ଏହାକୁ ନେଇ ଲୋକେ କେଉଁଠି ଠେଲାପେଲା, ତ ଆଉ କେଉଁଠି ମାରପିଟ୍‌ ହେଉଛନ୍ତି। ଆଉ କେଉଁଠି ଟଙ୍କା ନେଇ ଚାଷୀଙ୍କୁ ଦିଆଯାଉଛି ‘ମାଗଣା’ ଫର୍ମ। ‘କାଳିଆ’ ଯୋଜନାର ହିତାଧିକାରୀ ବନିବା ପାଇଁ ରାଜ୍ୟବ୍ୟାପୀ ସଂଘର୍ଷ କରୁଛନ୍ତି ଚାଷୀ। କିଏ ନିଜ ନାଁରେ ତ ଆଉ କିଏ ସାରା ପରିବାର ସଦସ୍ୟଙ୍କ ନାଁକୁ ଯୋଡ଼ି ଆବେଦନ କରୁଛନ୍ତି। ଫଳରେ ଯୋଜନା ଲାଗୁ ହେବା ପରଠୁ ଲମ୍ବି ଚାଲିଛି ତାଷୀଙ୍କ ଲମ୍ବା ତାଲିକା। ବଢ଼ି ଚାଲିଛି ଆବେଦନକାରୀଙ୍କ ସଂଖ୍ୟା। କାରଣ ଫର୍ମଦାଖଲ ପାଇଁ ମଝିରେ ରହିଛି ମାତ୍ର ୨ ଦିନ। ଅର୍ଥାତ ୧୫ ଜାନୁଆରୀ ହେଉଛି ଆବେଦନର ଶେଷ ତାରିଖ।

ଆବେଦନପତ୍ର ଯାଞ୍ଚ କରି ଜାନୁଆରୀ ୨୬ ସୁଦ୍ଧା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଜମା ହେବ। ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୦ ହଜାର ଚାଷୀଙ୍କୁ ଟଙ୍କା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, କେମିତି ‘କାଳିଆ’ ଯୋଜନାର ହିତାଧିକାରୀ ଚୟନ କରିବେ ରାଜ୍ୟ ସରକାର? ଲକ୍ଷ ଲକ୍ଷ ଆବେଦନକାରୀଙ୍କ ମଧ୍ୟରୁ କାହାକୁ ବାଛିବେ ଆଉ କାହାକୁ ବାଦ୍ ଦେବେ? ଆଗକୁ ନିର୍ବାଚନ ଥିବାବେଳେ କିଛି ସପ୍ତାହ ପରେ ଲାଗୁ ହେବ ନିର୍ବାଚନ ଆଚରଣବିଧି। ତା’ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଯୋଜନାରେ ସାମିଲ କରିହେବ ତ? ନିରାଶ ଚାଷୀ ସରକାରଙ୍କ ପାଇଁ ବୁମେରାଂ ହେବେନି ତ? ଏମିତି କିଛି ଆଶଙ୍କାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି-“ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ‘କାଳିଆ’ ଯୋଜନା ଆଣିଛନ୍ତି। ଏହା କ୍ଷଣସ୍ଥାୟୀ। ବିଜେଡିକୁ ଏହି କାଳିଆ ଯୋଜନା ବୁମେରାଂ ହେବ। ପ୍ରକୃତରେ ଏହା ‘କାଳିଆ’ ଯୋଜନା ନୁହେଁ, କଳା ଯୋଜନା। ଏହି କଳା ଯୋଜନା କେତେଦୂର ଆଗେଇବ, ତାହା ସମୟ କହିବ।”

ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ କହିଛନ୍ତି-“ରାଜ୍ୟ ସରକାର ଜାନୁଆରୀ ୨୬ ତାରିଖରେ କାଳିଆ ଯୋଜନାରେ ଆବେଦନ କରିଥିବା ଚାଷୀଙ୍କୁ ଟଙ୍କା ଦେବେ ଅର୍ଥାତ ତରବରିଆ ଭାବେ ଏହା ଦେବାକୁ ଯାଉଛନ୍ତି। ଏଥିରେ କେବଳ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପକୃତ ହେବେ। ସାଧାରଣ ଚାଷୀ ଉପକୃତ ହେବେ ନାହିଁ।”

ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ ଆମ ସହିତ ୧୨ ଲକ୍ଷ ୪୦ହଜାର ଚାଷୀ ପରିବାର ନେଣଦେଣ କରୁଛନ୍ତି। ସେମାନେ ବିହନ କିଣୁଛନ୍ତି, ଧାନ ବିକ୍ରି କରୁଛନ୍ତି, ୟୁରିଆ କିଣୁଛନ୍ତି। ସେମାନଙ୍କୁ ଜାନୁଆରୀ ୨୬ ତାରିଖ ସୁଦ୍ଧା ‘କାଳିଆ’ ଯୋଜନାରେ ଅର୍ଥ ଦିଆଯିବ। ତା’ସହିତ ଯେଉଁ ଦରଖାସ୍ତ ଆସିଛି, ତାହାକୁ ଯାଞ୍ଚ କରାଯାଉଛି। ଜାନୁଆରୀ ୨୬ ସୁଦ୍ଧା ତାଲିକା ଚୂଡ଼ାନ୍ତ କରାଯାଇ ସେମାନଙ୍କୁ ମଧ୍ୟ ଟଙ୍କା ଦିଆଯିବ।”



from Odisha Reporter http://bit.ly/2Fu5lw4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages