କୋର୍ଟ ଭିତରେ ବିଚାରପତିଙ୍କୁ ଅଭିଯୁକ୍ତଙ୍କ ଚପଲ ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 31, 2019

କୋର୍ଟ ଭିତରେ ବିଚାରପତିଙ୍କୁ ଅଭିଯୁକ୍ତଙ୍କ ଚପଲ ମାଡ଼

ଭିୱଣ୍ଡି: ନ୍ୟାୟପାଳିକା ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଛି। କୋର୍ଟ ରୁମ୍‌ରେ ମାମଲାର ଶୁଣାଣି କରୁଥିବା ଜଣେ ବିଚାରପତିଙ୍କୁ କାଠଗଡ଼ାରେ ଛିଡ଼ା ହୋଇଥିବା ଜଣେ ଅଭିଯୁକ୍ତ ଚପଲ ମାଡ଼ କରିଛନ୍ତି।

ମହାରାଷ୍ଟ୍ରର ଭିୱଣ୍ଡି କୋର୍ଟରେ ଏଭଳି ଘଟଣା ଘଟିଛି। ଏକାଧିକ ଚୋରି ମାମଲାରେ ସଂପୃକ୍ତି ଥିବା ଅଶରଫ ଅନସାରୀ ନାମକ ଜଣେ ବ୍ୟକ୍ତିଙ୍କୁ ବିଚାରପତି ଏଚ୍‌ଜେ ପଠାନ ଗୋଟିଏ ଘଟଣାରେ ୬ ମାସ ପାଇଁ ଜେଲଦଣ୍ଡ ସହ ଜୋରିମାନା ଲାଗୁ କରିଥିଲେ। ତେବେ ଅନସାରୀ ଅନ୍ୟ ସବୁ ମାମଲାରେ ୧୪ ମାସରୁ ଅଧିକ ଦିନ ଜେଲ୍‌ରେ ରହିଥିବାରୁ ଏଭଳି ଦଣ୍ଡ ତାକୁ କ୍ରୋଧିତ କରିଥିଲା।

ଏହି ଦଣ୍ଡାଦେଶ ପରେ ସେ ପିନ୍ଧିଥିବା ଏକ ଚପଲକୁ ବିଚାରପତିଙ୍କ ଉପରକୁ ଫିଙ୍ଗିଥିଲା। କୋର୍ଟରେ ଏଭଳି ଘଟଣା ପ୍ରଥମ ହୋଇଥିବା ବେଳେ ପୁଲିସ୍‌ ତୁରନ୍ତ ଅନସାରୀକୁ ନିଜ ହେପାଜତକୁ ନେଇଥିଲା। ବିଚାରପତିଙ୍କୁ ଚପଲ ମାଡ଼ କରିଥିବାରୁ ଅନସାରୀ ନାଁରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି।

ଏହି ଘଟଣା ପରେ ଆଇନ୍‌ଜୀବୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦିନକୁ ଦିନ ବିଚାରପତି ଓ ଆଇନଜୀବୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାରେ ଲାଗିଛି। ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯିବା ଦରକାର ବୋଲି ସେମାନେ ଦାବି କରିଛନ୍ତି।



from Odisha Reporter http://bit.ly/2G1710O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages