ସଫଳତାର ଶ୍ରେୟ ପାଇଁ ଫିଲ୍ମ ‘ମଣିକର୍ଣ୍ଣିକା’ ଟିମ୍‌ ଭିତରେ ତେଜୁଛି କନ୍ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 31, 2019

ସଫଳତାର ଶ୍ରେୟ ପାଇଁ ଫିଲ୍ମ ‘ମଣିକର୍ଣ୍ଣିକା’ ଟିମ୍‌ ଭିତରେ ତେଜୁଛି କନ୍ଦଳ

ମୁମ୍ବାଇ: ରିଲିଜ୍‌ ହେବାର ୫ଦିନ ମଧ୍ୟରେ ୫୦ କୋଟିରୁ ଅଧିକ ଆୟ କରି ବଲିଉଡ୍‌ ବକ୍ସ ଅଫିସ୍‌ରେ ଝଡ଼ ସୃଷ୍ଟି କରିଛି କଙ୍ଗନା ରାନାୱତ୍‌ ଅଭିନୀତ ଫିଲ୍ମ ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍ ଝାନ୍‌ସି’। ଫିଲ୍ମରେ କଙ୍ଗନାଙ୍କ ଅଭିନୟକୁ ବି ଦର୍ଶକ ବେଶ୍ ତାରିଫ୍‌ କରୁଛନ୍ତି। କିନ୍ତୁ ଫିଲ୍ମର ସଫଳତାର ଶ୍ରେୟକୁ ନେଇ ବିବାଦ ଥମିବା ବଦଳରେ ତେଜିବାରେ ଲାଗିଛି।

‘ମଣିକର୍ଣ୍ଣିକା’ର ନିର୍ଦ୍ଦେଶନା ଯୁଗ୍ମ ଭାବେ କଙ୍ଗନା ରାନାୱତ୍‌ ଓ କ୍ରିଶ୍‌ ଜଗର୍ଲାମୁଡି ଦେଇଛନ୍ତି। ଏବେ ଏହି ନିର୍ଦ୍ଦେଶନାର ଶ୍ରେୟକୁ ନେଇ କ୍ରିଶ୍‌ ଓ କଙ୍ଗନାଙ୍କ ମଧ୍ୟରେ ଟଣାଓଟରା ଉତ୍କଟ ହୋଇଛି।

କଙ୍ଗନା ଅଯଥାରେ ‘ମଣିକର୍ଣ୍ଣିକା’ର ଏଡିଟିଂରେ ମୁଣ୍ଡ ପୂରାଉଥିଲେ ବୋଲି ପ୍ରଥମେ କ୍ରିଶ୍‌ ଅଭିଯୋଗ କରିବା ପରେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଟ୍ୱିଟ୍‌ କରି କ୍ରିଶ୍‌ଙ୍କୁ ଟାର୍ଗେଟ୍‌ କରିଥିଲେ। କିଛି ହ୍ୱାଟ୍‌ସ୍‌ଆପ୍‌ ମେସେଜ୍‌ ଟ୍ୱିଟ୍‌ କରି ରଙ୍ଗୋଲି କହିଥିଲେ ଯେ କ୍ରିଶ୍‌ ନୁହନ୍ତି, କଙ୍ଗନା ହିଁ ଫିଲ୍ମ୍‌ର ଶୁଟିଂ ଓ ଏଡିଟିଂ, ସବୁଥିରେ ଶେଷ ନିଷ୍ପତ୍ତି ନେଉଥିଲେ। ଏବେ ରଙ୍ଗୋଲିଙ୍କ ଏହି ଟ୍ୱିଟ୍‌ର ଜବାବ୍‌ରେ କ୍ରିଶ୍‌, ଫିଲ୍ମର କିଛି କ୍ରିୟୁ ମେମ୍ବରଙ୍କ ଗୁଡ଼ାଏ ହ୍ୱାଟ୍‌ସ୍‌ଆପ୍‌ ମେସେଜ୍‌ର ସ୍କ୍ରିନ୍ ସଟ୍‌ ଟ୍ୱିଟ୍‌ କରି ‘ମଣିକର୍ଣ୍ଣିକା’ ପାଇଁ ସେ କରିଥିବା ପରିଶ୍ରମର ପ୍ରମାଣ ଦେଇଛନ୍ତି। ଏପରିକି କ୍ରିଶ୍‌ ଏହି ଟ୍ୱିଟ୍‌ରେ କଙ୍ଗନାଙ୍କ ମିଛ କଥା ‘ମଣିକର୍ଣ୍ଣିକା’ର ସଫଳତା ଉପରେ ଆଞ୍ଚ୍‌ ଆଣୁଛି ବୋଲି କହିଛନ୍ତି।

କ୍ରିଶ୍ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ଯେ ଜଣଙ୍କ ମିଛ କଥାକୁ ଭୁଲ୍‌ ପ୍ରମାଣିତ କରିବା ପାଇଁ ଫିଲ୍ମ ନିର୍ମାଣରେ ନିଜ ଦକ୍ଷତାର ପ୍ରତିପାଦନ ଅବା ସୁରକ୍ଷା ଦେବାକୁ ପଡ଼ିବ ବୋଲି ତାଙ୍କୁ ଜଣା ନଥିଲା। ତେବେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ମିଛ ଓ ମନଗଡ଼ା କଥା କହି ଫିଲ୍ମର ପ୍ରତିଷ୍ଠା ତଥା ସଫଳତା ଉପରେ ଆଞ୍ଚ୍ ଆଣୁଛନ୍ତି ବୋଲି କ୍ରିଶ୍‌ କହିଛନ୍ତି।

ଫିଲ୍ମର ଟେକ୍ନିକାଲ୍‌ ଟିମ୍‌ ଓ ଏଡିଟର୍‌ମାନେ ତାଙ୍କ ସପକ୍ଷରେ କରିଥିବା ହ୍ୱାଟ୍ସଆପ୍‌ ମେସେଜ୍‌କୁ କ୍ରିଶ୍‌ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଶେଆର କରିଛନ୍ତି। ଏହି ସବୁ ମେସେଜ୍‌ରେ ‘ମଣିକର୍ଣ୍ଣିକା’ର କ୍ରିୟୁ ମେମ୍ବରମାନେ ଫିଲ୍ମର ସିଂହଭାଗ କାମ ପାଇଁ କ୍ରିଶ୍‌ଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି।

 

ପୂର୍ବରୁ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଟ୍ୱିଟ୍‌ କରି କହିଥିଲେ ଯେ ‘ମଣିକର୍ଣ୍ଣିକା’କୁ କ୍ରିଶ୍ ଅନ୍ୟ ଏକ ଫିଲ୍ମ ପାଇଁ ଅଧାରୁ ହିଁ ଛାଡ଼ି ଦେଇଥିଲେ। ପରେ ଫିଲ୍ମର ନିର୍ଦ୍ଦେଶନା ଭାର କଙ୍ଗନା ନିଜେ ସମ୍ଭାଳି ଥିଲେ । ଫିଲ୍ମ ଶେଷ ହେବା ପରେ ଫାଇନାଲ୍‌ କଟ୍‌ ଦେଖିବା ପାଇଁ କ୍ରିଶ୍‌ଙ୍କୁ କଙ୍ଗନା ଅନୁରୋଧ କରିଥିଲେ। ହେଲେ କ୍ରିଶ୍ ଫିଲ୍ମର ସ୍କ୍ରିନିଂରେ ଆସିବାକୁ ମନା କରିଦେଇଥିଲେ। ତେବେ ଫିଲ୍ମଟିର ଶ୍ରେୟ କ୍ରିଶ୍‌ଙ୍କ କେମିତି ପାଇବେ ବୋଲି ରଙ୍ଗୋଲି ତାଙ୍କ ଟ୍ୱିଟ୍‌ରେ ପ୍ରଶ୍ନ କରିଥିଲେ। ଏହା ସହ କଙ୍ଗନା ହ୍ଵାଟସ୍‌ ଆପ୍‌ ଜରିଆରେ କ୍ରିଶ୍‌ଙ୍କୁ ପଠାଇଥିବା ମେସେଜ୍‌ର କିଛି ସ୍କ୍ରିନ୍ ସଟ୍‌ ରଙ୍ଗୋଲି ତାଙ୍କ ଟ୍ଵିଟର୍‌ରେ ସେଆର୍‌ କରିଥିଲେ।

ସୂଚନାଯୋଗ୍ୟ, ନିର୍ଦ୍ଦେଶକ କ୍ରିଶ୍‌ ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ, ‘‘କଙ୍ଗନା ଫିଲ୍ମର ନିର୍ଦ୍ଦେଶନା ଓ ଏଡିଟିଂରେ ଆବଶ୍ୟକତାଠୁ ଅଧିକ ମୁଣ୍ଡ ପୁରାଉଥିଲେ। ସେ ଅଭିଯୋଗ କରିଥିଲେ ଯେ କଙ୍ଗନା ଫିଲ୍ମର ସମ୍ପୂର୍ଣ୍ଣ ଏଡିଟିଂ ସରିବା ପରେ ମଧ୍ୟ ଆହୁରି ପରିବର୍ତ୍ତନ ଆଣିବାକୁ ଚାହିଁଥିଲେ ଓ କେବଳ ନିଜ ଭୂମିକାକୁ ଗୁରୁତ୍ୱ ଦେଇ ଅନ୍ୟ ସମସ୍ତଙ୍କ ରୋଲ୍‌ କାଟି ଦେଇଥିଲେ। ଏପରିକି ଫିଲ୍ମ ପ୍ରଯୋଜକ କମଲ୍‌ ଜୈନ୍‌ଙ୍କୁ ପସନ୍ଦ ଆସିଲାନି ବୋଲି କହି କଙ୍ଗନା ଫିଲ୍ମର ଆଉ କିଛି ପାର୍ଟ ଶୁଟ୍‌ କରିବାକୁ କହୁଥିଲେ, ଆଉ ଏଥିପାଇଁ ମୁଁ ରାଜି ମଧ୍ୟ ହୋଇଯାଇଥିଲି।” ସେ ଆହୁରି ମଧ୍ୟ କହିଥିଲେ, “କଙ୍ଗନା ଫିଲ୍ମର ପ୍ରଥମ ପୋଷ୍ଟର୍‌ରେ ମୋର ନାଁକୁ ଗୁରୁତ୍ୱ ଦେଇଥିଲେ, ହେଲେ ଦ୍ୱତୀୟ ପୋଷ୍ଟର୍‌ରେ କଙ୍ଗନା ମୋ ନାଁକୁ ସେମିତି ରଖି ନ ଥିଲେ, ଯେମିତି ରଖିବାର ଥିଲା। କଙ୍ଗନା ପୋଷ୍ଟରରେ ମୋର ପୂରା ନାଁ କୃଷ୍ଣ ଜାଗର୍ଲାମୁଡି ରଖିଥିଲେ, ଯାହାକି ମୁଁ କେବେ ବ୍ୟବହାର କରେ ନାହିଁ।”



from Odisha Reporter http://bit.ly/2Gdcotp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages