ଦିନିକିଆରେ ପୁଣି ଦ୍ୱିଶତକ ରେକର୍ଡ କଲେ ରୋହିତ ଶର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 31, 2019

ଦିନିକିଆରେ ପୁଣି ଦ୍ୱିଶତକ ରେକର୍ଡ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଆଜି ନ୍ୟୁଜିଲ୍ୟାଣ୍ଡ ବିରୋଧରେ ହାମିଲଟନ୍‌ଠାରେ ଖେଳାଯାଇଥିବା ଦିନିକିଆ ରୋହିତ ଶର୍ମାଙ୍କ ପାଇଁ ଆନନ୍ଦର ଅବସର ହୋଇଥିଲେ ମଧ୍ୟ ସେ ଉତ୍ସବ ମନାଇପାରିବେନି। ଖୁସିର କାରଣ ହେଉଛି, ଏହି ଦିନିକଆ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ ଜୀବନର ୨୦୦ତମ ଦିନିକିଆ। କିନ୍ତୁ ଦୁଃଖର କାରଣ ହେଉଛି ଏହି ମ୍ୟାଚ୍‌ରେ ଭାରତର ଲଜ୍ଜାଜନକ ପରାଜୟ ହୋଇଛି ଏବଂ ରୋହିତ ହିଁ ଏହାର ଅଧିନାୟକ ଥିଲେ।

ଏହା ତାଙ୍କ ପାଇଁ ଏଥିପାଇଁ ଗୌରବର ବିଷୟ ଯେ, ଏହି କ୍ଲବ୍‌ରେ ୭୯ ଅନ୍ତର୍ଜାତୀୟ ଜଣ ଖେଳାଳି ହିଁ ଅଛନ୍ତି ଏବଂ ୧୪ ଜଣ ଭାରତୀୟ ଏଥିରେ ସାମିଲ ଅଛନ୍ତି। ଏହି ତାଲିକାରେ ୪୬୩ଟି ମ୍ୟାଚ୍‌ ସହିତ ସଚିନ୍‌ ତେନ୍ଦୁଲକର ତାଲିକାର ଶୀର୍ଷରେ ଅଛନ୍ତି।

୧୨ ବର୍ଷ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିସାରିଥିବା ରୋହିତ ୨୦୦୭ ମସିହାରେ ଆର୍ୟଲ୍ୟାଣ୍ଡ ବିପକ୍ଷରେ କ୍ୟାରିଅର ଆରମ୍ଭ କରିଥିଲେ। ସେ ଏପର୍ଯ୍ୟନ୍ତ ୪୮.୧୪ ହାରରେ ୭,୭୯୯ ରନ୍‌ ହାସଲ କରିସାରିଲେଣି। ସେ ୨୨ଟି ଦିନିକିଆ ଶତକ ହାସଲ କରିଛନ୍ତି ଯାହାକି ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ତୃତୀୟ ସର୍ବାଧିକ। ଏଥିସହିତ ସେ ୩୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ରୋହିତଙ୍କ ଶତକଗୁଡ଼ିକ ମଧ୍ୟରେ ୩ଟି ଦ୍ୱିଶତକ ମଧ୍ୟ ସାମିଲ ରହିଛି। ସେ ହାସଲ କରିଥିବା ୨୬୪ ରନ୍‌ ସବୁଠାରୁ ଅଧିକ ଦିନିକିଆ ସ୍କୋର। ଏହା ବ୍ୟତୀତ ସେ ଅନ୍ୟ ଦୁଇ ମ୍ୟାଚରେ ୨୦୯ ରନ୍‌ ଏବଂ ଅପରାଜିତ ୨୦୮ ରନ୍‌ ହାସଲ କରିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ସହିତ ଦିନିକିଆ ସିରିଜ୍‌ରେ ଭାରତ ୩-୧ରେ ଅଗ୍ରଣୀ ରହିଛି। ଏହି ସିରିଜ୍‌ରେ ଭାରତର ଜିତିସାରିଥିବା ବେଳେ ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଆଜିର ମ୍ୟାଚ୍‌ରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଉଥିଲେ। ସେ ଅଧିନାୟକ ଦାୟିତ୍ୱ ନେଇଥିବା ୯ଟି ମ୍ୟାଚ୍‌ରୁ ୭ଟିରେ ଭାରତ ବିଜୟ ହାସଲ କରିଛି।



from Odisha Reporter http://bit.ly/2DJ1wS8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages