
ଥିରୁଭନନ୍ତପୁରମ: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ପ୍ରବଳ ଜନ ବିରୋଧ ସତ୍ତ୍ୱେ ପ୍ରବେଶ କରି ଭଗବାନ ଆୟାପ୍ପାଙ୍କୁ ଦର୍ଶନ କରିବା ଜଣେ ମହିଳାଙ୍କ ପାଇଁ ଅତି ମହଙ୍ଗା ସାବ୍ୟସ୍ତ ହୋଇଛି। ମହିଳାଙ୍କୁ ତାଙ୍କ ଶାଶୂ ଘର ଲୋକ ଘରୁ ବାହାର କରିଦେଇଛନ୍ତି। ପୂର୍ବରୁ ମଧ୍ୟ ଏହି ମହିଳାଙ୍କୁ ତାଙ୍କ ଶାଶୂ ମାଡ଼ ମାରିଥିଲେ। ଯେଉଁଥି ପାଇଁ ସେ ହସ୍ପିଟାଲ୍ରେ ଚକିତ୍ସିତ ମଧ୍ୟ ହେଉଥିଲେ। ତାଙ୍କ ନାଁ କନକଦୁର୍ଗା ହୋଇଥିବା ବେଳେ ମାଡ଼ ଖାଇବା ନେଇ ସେ ଜିଲ୍ଲା ହିଂସା ନିବାରଣ ଅଫିସରଙ୍କ ଦ୍ୱାରସ୍ଥ ହୋଇଥିଲେ।
ତାଙ୍କ ଶାଶୂ ଘର ଲୋକ ଏକଥା ଜାଣିବା ପରେ କନକଦୁର୍ଗାଙ୍କୁ ଘରୁ ବାହାର କରିଦେଇଛନ୍ତି। ପୁଲିସ୍ ପ୍ରଥମେ କନକ ଦୁର୍ଗାଙ୍କୁ ଶାଶୂଘରେ ଛାଡ଼ିବା ପାଇଁ ଚାହିଁଥିଲା। କିନ୍ତୁ ତାଙ୍କ ସ୍ୱାମୀ ଘର ଦ୍ୱାର ବନ୍ଦ କରି ଦୁଇ ପିଲା ଓ ମା’ଙ୍କୁ ନେଇ ଅନ୍ୟତ୍ର ଚାଲି ଯାଇଥିଲେ। ଫଳରେ ପୁଲିସ୍ କନକ ଦୁର୍ଗାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ସରକାରୀ ଆଶ୍ରୟସ୍ଥଳରେ ରଖିଛି।
ସାବରୀମାଲାରେ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ତେବେ ସୁପ୍ରିମକୋର୍ଟ ଏହି କଟକଣାକୁ ଉଠାଇବା ପରେ କେରଳରେ ପ୍ରବଳ ବିରୋଧ ହୋଇଥିଲା। କିନ୍ତୁ ଏହା ସତ୍ତ୍ୱେ କନକ ଦୁର୍ଗା ଓ ବିନ୍ଦୁ ନାମକ ଦୁଇ ଜଣ ମହିଳା ମନ୍ଦିରକୁ ଯାଇ ଭଗବାନ ଆୟାପ୍ପାଙ୍କ ଦର୍ଶନ କରିଥିଲେ।
from Odisha Reporter http://bit.ly/2T4dn2s
No comments:
Post a Comment