ନବଙ୍କ ଦଳ ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ନବଙ୍କ ଦଳ ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

Naba

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଝାରୁସୁଗୁଡା ବିଧାୟକ ନବ ଦାସ ବିଜେଡିରେ ମିଶିବା ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନିଜେ ନବ ଦାସ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଆସନ୍ତା ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟରେ ହିଁ ସେ ନିର୍ବାଚନ ଲଢ଼ିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହାସହ ଚର୍ଚ୍ଚାକୁ ଚର୍ଚ୍ଚାରେ ରହିବାକୁ ଦିଆଯାଉ ବୋଲି କହିଛନ୍ତି। କିଛି ଦିନହେଲା ନବ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଦଳ ଡିଆଁ ରୋଗ ତାଲିକାର ପ୍ରଥମ ସ୍ଥାନରେ ଥିଲେ ନବ। ନିଜ ସହଯୋଗୀ ଓ ସମର୍ଥକଙ୍କ ସହ ବାରମ୍ବାର ଆଲୋଚନା କରି ନବ ସେମାନଙ୍କ ପରାମର୍ଶ ନେଉଥିଲେ। ନିଜ ଅଞ୍ଚଳର ଭୋଟରଙ୍କ ଇଚ୍ଛାକୁ ନଜରରେ ରଖି ସେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିବା ପରେ ସେ ଦଳ ଛାଡୁଥିବା ଚର୍ଚ୍ଚା ଜୋର ଧରିଥିଲା।



from Odisha Reporter http://bit.ly/2TKhGjE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages