
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାସ୍ତୁ ଶାସ୍ତ୍ରରେ ଘରକୁ ନେଇ ଅନେକ କିଛି କଥା କୁହାଯାଇଛି। ଯାହାକୁ ପାଳନ କରିବା ଦ୍ୱାରା ଘରର ସମସ୍ତ ସମସ୍ୟା ଦୂର ହୋଇଥାଏ। ଘରକୁ ମଧ୍ୟ ବାସ୍ତୁ ଅନୁସାରେ ତିଆରି କରାଯାଇଥାଏ। ଯେଉଁ ଘର ବାସ୍ତୁ ଅନୁସାରେ ତିଆରି ହୋଇନଥାଏ, ସେଠାରେ ଅନେକ ବାସ୍ତୁ ସମସ୍ୟା ଦେଖା ଯାଇଥାଏ।
ଏହା ସହିତ ବାସ୍ତୁ ଶାସ୍ତ୍ରରେ କିଛି ଏପରି କଥା କୁହାଯାଇଛି, ଯାହା ଘରର ମହିଳାମାନେ ପାଳନ କଲେ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ବାସ୍ତୁ ହିସାବରେ ଘରର ମହିଳାମାନଙ୍କୁ କେଉଁ ସବୁ କଥା ଉପରେ ଧ୍ୟାନ ଦେବା ଉଚିତ୍।
୧. ବାସ୍ତୁ ଅନୁସାରେ ଘରର ବୟସ୍କ ମହିଳାମାନେ ସୂର୍ଯୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରିବା ଉଚିତ୍। ଏପରି କରିବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।
୨. ଘରର ବୋହୂ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ତମ୍ୱା ପାତ୍ରରେ ପାଣି ଭରି ଘରର ମୁଖ୍ୟ ଦ୍ୱାରରେ ଛିଞ୍ଚନ୍ତୁ। ବାସ୍ତୁ ଅନୁସାରେ ଏପରି କରିବା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହୋଇଥାଏ ଏବଂ ଘରେ ଲକ୍ଷ୍ମୀ ବାସ କରିଥାନ୍ତି।
୩. ପ୍ରତ୍ୟେକ ଶୁକ୍ରବାର ମହିଳାମାନେ ଘରେ ଲକ୍ଷ୍ମୀସ୍ତୁତ ପାଠ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଅର୍ଥର ସମସ୍ତ ସମସ୍ୟା ଦୂର ହୋଇଥାଏ।
୪. ସେହିପରି ସପ୍ତାହକୁ ଥରେ ପାଣିରେ ଲୁଣ ପକାଇ ସମ୍ପୂର୍ଣ୍ଣ ଘରକୁ ପୋଛନ୍ତୁ। ଏପରି କରିବା ଦ୍ୱାରା ଘରୁ କଳହ ଦୂର ହୋଇଥାଏ ଏବଂ ପରିବାର ସଦସ୍ୟ ମିଳିମିଶି ରହିଥାନ୍ତି।
୫. ବାସ୍ତୁ ଅନୁସାରେ ଅମାବାସ୍ୟା ଦିନ ପୂରା ଘରକୁ ଭଲ ଭାବରେ ସଫା କରନ୍ତୁ। ଏପରି କରିବା ଦ୍ୱାରା ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।
from Odisha Reporter http://bit.ly/2RwER3Z
No comments:
Post a Comment