ଆବର୍ଜନାରୁ ଜୈବିକ ଇନ୍ଧନ ପ୍ରସ୍ତୁତକାରୀ ମେସିନ୍‌ ତିଆରି କରିଛନ୍ତି ମୁମ୍ବାଇର ଏହି ବ୍ୟକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

ଆବର୍ଜନାରୁ ଜୈବିକ ଇନ୍ଧନ ପ୍ରସ୍ତୁତକାରୀ ମେସିନ୍‌ ତିଆରି କରିଛନ୍ତି ମୁମ୍ବାଇର ଏହି ବ୍ୟକ୍ତି

ମୁମ୍ୱାଇ: ବର୍ଜ୍ୟବସ୍ତୁକୁ ବିନିଯୋଗ କରି ମୁମ୍ବାଇର ଜଣେ ୪୦ବର୍ଷ ବୟସ୍କ ପିଏଚ୍‌ଡି ହୋଲ୍‌ଡର୍‌ ଏମିତି ଏକ ମେସିନ୍‌ ତିଆରି କରିଛନ୍ତି, ଯେଉଁଥିରୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଜୈବିକ ଇନ୍ଧନ ମିଳି ପାରିବ। ମିଚିଗାନ୍‌ ୟୁନିଭର୍ସିଟିରୁ ପିଏଚ୍‌ଡି ହାସଲ କରିଥିବା ମୁମ୍ବାଇର କବିର୍ ଉଡେଶି ଅଳିଆ ଆବର୍ଜନାରୁ ତିଆରି କରିଥିବା ଏହି ଇନ୍ଧନ ପ୍ରସ୍ତୁତକାରୀ ମେସିନ୍‌ର ନାଁ ରଖିଛନ୍ତି ‘ଡେଡ୍‌କୋ’। ଏଭଳି ନିଆରା ଉଦ୍ୟମ ପାଇଁ ଉଡେଶୀଙ୍କୁ ବିଭିନ୍ନ ମହଲରୁ ଏବେ ପ୍ରଶଂସାର ସୁଅ ଛୁଟିଛି।

‘ଡେଡ୍‌କୋ’ର ଗୁଜୁରାଟୀ ଅର୍ଥ ହେଉଛି ବେଙ୍ଗ। କବିର୍ ତାଙ୍କ ଦ୍ୱାରା ପ୍ରସ୍ତୁତ ମେସିନ୍‌କୁ ଏକ ବେଙ୍ଗ ସହ ତୁଳନା କରିଛନ୍ତି, ଯାହା ବାୟୋଡିଗ୍ରେଡେବଲ୍‌ ଆବର୍ଜନାରୁ ଖାଦ୍ୟ ପ୍ରସ୍ତୁତକାରୀ ଇନ୍ଧନ ଯୋଗାଇ ଥାଏ। ଏହି ମେସିନ୍‌ରେ ଆବର୍ଜନାରୁ ପ୍ରସ୍ତୁତ ଗ୍ୟାସ୍‌ ବେଙ୍ଗର ଗଳା ଭଳି ଆବଶ୍ୟକ ଅନୁସାରେ ସଂପ୍ରସାରିତ ହୋଇପାରିବ।।

କବିର୍‌ଙ୍କୁ ଏଭଳି ନିଆରା ମେସିନ୍‌ ପ୍ରସ୍ତୁତ କରିବାର ପ୍ରେରଣା ନିଜ କୁକୁରର ସ୍ୱାସ୍ଥ୍ୟାବସ୍ଥାରୁ ମିଳିଥିଲା। କବିର୍‌ଙ୍କ କହିବା ଅନୁସାରେ, ଏକଦା ତାଙ୍କ କୁକୁର ନିକଟସ୍ଥ ଡମ୍ପିଂୟାର୍ଡର ଆବର୍ଜନାରୁ ଆସୁଥିବା ଦୁର୍ଗନ୍ଧ ଯୋଗୁ ଅସୁସ୍ଥ ହୋଇ ପଡ଼ିଥିଲା। ଏହା ପରେ ସେ ଏହି ଡମ୍ପିଂୟାର୍ଡ ସମସ୍ୟା ସୁଧାରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।

ଏଥିପାଇଁ କବିର୍‌ ଦେଶର କୋଣ ଅନୁକୋଣକୁ ଯାତ୍ରା କରିବା ସହ ଜୈବ ଆବର୍ଜନା ଜରିଆରେ ଖାଦ୍ୟ ପ୍ରସ୍ତୁତକାରୀ ଇନ୍ଧନ ତିଆରି କରିବା ପାଇଁ ଅଧ୍ୟୟନ କରିଥିଲେ। ପରେ ସେ ଏହି ନିଷ୍କର୍ସରେ ପହଞ୍ଚିଥିଲେ ଯେ, ଆବର୍ଜନା ବା ବିଭିନ୍ନ ବର୍ଜ୍ୟବସ୍ତୁକୁ ମାଟିରେ ପଚାଇ ଏପରି ଏକ ମେସିନ୍‌ ତିଆରି କରାଯାଇପାରିବ।
କବିର୍‌ଙ୍କ ‘ଡେଡ୍‌କୋ’ ମେସିନ୍‌ର ଦାମ୍‌ ପାଖାପାଖି ୨୫ହଜାର ଟଙ୍କା। ଏହି ମେସିନ୍‌ ୨୪ ଘଣ୍ଟା ମଧ୍ୟରେ ୨ କିଲୋ ବାୟୋଡିଗ୍ରେଡେବଲ୍‌ ଆବର୍ଜନାରେ ଖାଦ୍ୟ ତିଆରି ଇନ୍ଧନ ପ୍ରସ୍ତୁତ କରିଥାଏ।

କବିର୍‌ ଆମେରିକାରେ ପାଠପଢ଼ା ସାରିଛନ୍ତି। ପରେ ସେ ଆମ ଭାରତରେ ସ୍ୱଚ୍ଛା ପରିବେଶର ଅଭାବ ରହିଥିବା ଅନୁଭବ କରିଥିଲେ। ଏଥିପାଇଁ କିଛି ନୂଆ ରାସ୍ତା କାଢ଼ିବାକୁ ସେ ନିଷ୍ପତ୍ତି ନେଇଥିଲେ। ଆର୍ଥିକ ସମସ୍ୟା ଭିତରେ ଥାଇ ସୁଦ୍ଧା କବିର୍‌ ଏହି ବିଷୟରେ ଦୀର୍ଘ ଦିନ ଧରି ଗବେଷଣା କରିଥିଲେ।

ଇନ୍ଧନ ତିଆରି କରିବାର ଏହି ପ୍ରଣାଳୀରେ ଲକ୍ଷ ଲକ୍ଷ ବ୍ୟାକ୍ଟେରିଆ ମଧ୍ୟ ସୃଷ୍ଟି ହୋଇଥା’ନ୍ତି। ଏହି ବ୍ୟାକ୍ଟେରିଆ କାର୍ବନିକ୍‌ ଆବର୍ଜନାକୁ ଇନ୍ଧନ ଗ୍ୟାସ୍‌ରେ ରୂପାନ୍ତର କରିଥାଏ।

ଏହି ମେସିନ୍‌ ଏବେ ତାଙ୍କୁ ରୋଜଗାରକ୍ଷମ କରାଇବାରେ ସାହାଯ୍ୟ କରୁଛି ବୋଲି କବିର୍‌ କହିଛନ୍ତି। ଗତ ପାଞ୍ଚ ବର୍ଷ ଧରି କବିର୍‌ଙ୍କ ପରିବାର ଲୋକ ଅଳିଆ ଆବର୍ଜନାକୁ ବାହାରେ ଫିଙ୍ଗୁ ନାହାନ୍ତି। ତାଙ୍କ ଘରେ ଖାଦ୍ୟ ତିଆରି ପାଇଁ ଇନ୍ଧନର ପାଖାପାଖି ୩୦ ପ୍ରତିଶତ ଏହି ‘ଡେଡ୍‌କୋ’ରୁ ହିଁ ଆସୁଛି।



from Odisha Reporter http://bit.ly/2Cqlr6I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages