
ଝାରସୁଗୁଡ଼ା (ଭାଗିରଥୀ ସାହୁ): ବଞ୍ଚିଥିଲା ବେଳେ ଜଣେ ବିଧବା ମହିଳା ଜାତିଆଣ ଜାଲରେ ଫସି ଯାଇଥିଲେ। ମଲା ପରେ ତାଙ୍କୁ ଚାରିକାନ୍ଧ ମିଳିଲାନି। ଶେଷରେ ଉପାୟଶୂନ୍ୟ ହୋଇ ୧୬ ବର୍ଷର ନାବାଳକ ପୁଅ ମାଆର ମୃତଦେହକୁ ସାଇକେଲ୍ କ୍ୟାରିଅରରେ ବାନ୍ଧି ବୋହି ନେଲେ ଶ୍ମଶାନ। ଏପରି ନିର୍ଦ୍ଦୟ ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଘଟିଛି। ଯାହା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।
ସୁନ୍ଦରଗଡ଼ ଜିଲ୍ଲା ହେବଗିରି ଅଞ୍ଚଳର ଜାନକି ସିଂଘାରନିଆ ଲଖନପୁର ବ୍ଲକ କର୍ପାବାହାଲ ଗାଁରେ ରୁହନ୍ତି। ଆଜି ସକାଳେ ଜାନକି ଗଢ଼ିଆରୁ ପାଣି ଆଣି ଘରେ ରଖୁଥିଲେ। ଏହି ସମୟରେ ସେ ପଡ଼ି ଯାଇଥିଲେ। ଆଉ ଉଠି ପାରିନଥିଲେ। ସେହିଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ନାବଳକ ପୁଅର ଡାକ ମାଆ କାନରେ ପଡ଼ୁନଥିଲେ।
ମାଆର ମୃତଦେହ ଶ୍ମଶାନକୁ ନେବା ପାଇଁ ସାହି ପଡ଼ିଶା କେହି ଆସିଲେନି। ଫଳରେ ନାବାଳକ ପୁଅ ନିଜ ମାଆର ମୃତଦେହକୁ ସାଇକେଲ୍ କ୍ୟାରିଅର୍ରେ ବାନ୍ଧି ଅତି ନିର୍ଦ୍ଦୟ ଭାବେ ୩ରୁ ୪ କିମି ଦୂର ଛର୍ଲା ଜଙ୍ଗଲକୁ ନେଇଯାଇଥିଲେ। ନାବାଳକ ଜଣକ ମାଆର ମୃତଦେହ ନେଉଥିଲା ବେଳେ ସମସ୍ତେ ଦେଖିଥିଲେ। ମାତ୍ର କେହି ଜଣେ ହେଲେ ପ୍ରତିବାଦ କରୁନଥିଲେ। ମାଆର ମୃତଦେହକୁ ଜଙ୍ଗଲ ଭିତରେ ଗାତ ଖୋଳି ପୋତି ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
from Odisha Reporter http://bit.ly/2AN894f
No comments:
Post a Comment