ପ୍ରଥମଥର ପାଇଁ ରଣଜୀ ସେମିରେ ପହଞ୍ଚିଲା କେରଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ପ୍ରଥମଥର ପାଇଁ ରଣଜୀ ସେମିରେ ପହଞ୍ଚିଲା କେରଳ

ନୂଆଦିଲ୍ଲୀ: ରଣଜୀ ଇତିହାସରେ ରେକର୍ଡ ସୃଷ୍ଟି କରିଛି କେରଳ। ଆଜି ଯାଏ ରଣଜୀ ଟ୍ରଫିର ସେମିଫାଇନାଲ୍‌କୁ କେବେ ହେଲେ କ୍ୱାଲିଫାଏ କରିପାରି ନଥିବା କେରଳ ୨୦୧୯ରେ ଏହା କରିଦେଖାଇଛି।

ରଣଜୀ ଟ୍ରଫି ଇତିହାସର ଦୀର୍ଘ ୬୧ ବର୍ଷ ପରେ କେରଳ ପ୍ରତିପକ୍ଷ ଗୁଜରାଟକୁ ହରାଇ ଏଭଳି କୀର୍ତ୍ତିମାନ ସ୍ଥାପନ କରିଛି। ମ୍ୟାଚ୍‌ଟିକୁ ଜିତିବା ପାଇଁ ଗୁଜରାଟ ଦ୍ୱିତୀୟ ଇନିଂସରେ ୧୯୫ ରନ୍‌ର ଟାର୍ଗେଟ ପାଇଥିଲା।

ତେବେ ଦଳ କେରଳ ବୋଲରଙ୍କୁ ସାମ୍ନା କରି ନପାରି ମାତ୍ର ୮୧ ରନ୍‌ରେ ଅଲଆଉଟ୍‌ ହୋଇଯାଥିଲା। ଫଳରେ କେରଳ ୧୧୩ ରନରେ ମ୍ୟାଚ୍‌ ଜିତି ସେମି ଫାଇନାଲ୍‌ରେ ପହଞ୍ଚି ଯାଇଛି। କେରଳର ଦ୍ରୁତ ବୋଲର ବାସିଲ ଥାମ୍ପି ଏହି ମ୍ୟାଚ୍‌ରେ ୮ଟି ୱିକେଟ୍‌ ନେଇ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି।

କେରଳ ପ୍ରଥମ ଇନିଂସ୍‌ରେ ୯ ୱିକେଟ୍‌ ହରାଇ ୧୮୫ ରନ୍‌ କରିପାରି ଥିଲା। ଦଳ ପକ୍ଷରୁ ସଞ୍ଜୁ ସାମସନ୍‌ ରିଟାର୍ଡହର୍ଟ ହେବାରୁ ଆଉ ବ୍ୟାଟିଂ କରିବାକୁ ଆସି ପାରି ନଥିଲେ। ଏହାର ଜବାବରେ ଗୁଜରାଟ ମାତ୍ର ୧୬୨ ରନ୍‌ କରିଥିଲା। ଫଳରେ କେରଳ ଗୁରୁତ୍ୱପୂର୍ଣ୍ଣ ୨୩ ରନ୍‌ର ଅଗ୍ରଣୀ ପାଇଥିଲା।
ଦ୍ୱିତୀୟ ଇନିଂସ୍‌ରେ କେରଳ ୧୭୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହାପରେ ଗୁଜରାଟ୍‌କୁ ମାତ୍ର ୧୯୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ତଥାପି ଗୁଜରାଟ୍‌ ମାତ୍ର ୮୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

କେରଳ ପକ୍ଷରୁ ବାସିଲ ଥାମ୍ପି ଦ୍ୱିତୀୟ ଇନିଂସରେ ୫ଟି ୱିକେଟ୍‌ ନେଇଥିଲେ।



from Odisha Reporter http://bit.ly/2HjcYrG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages