
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା କଂଗ୍ରେସକୁ ମିଳିଛି ଆଉ ଏକ ଝଟକା। ପ୍ରଦେଶ ମହିଳା କଂଗ୍ରେସ କମିଟିର ଉପ-ସଭାନେତ୍ରୀ ଓ ପ୍ରଦେଶ କଂଗ୍ରେସ ସଭ୍ୟା ପଦବୀରୁ ଇସ୍ତଫା ଦେଇଛନ୍ତି ଜୟଶ୍ରୀ ପଟ୍ଟନାୟକ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ଅଫିସ୍ ଓ ରାହୁଲ ଗାନ୍ଧୀଙ୍କ ଅଫିସ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି।
ଗତ ୩ ଦଶନ୍ଧି ଧରି ଜୟଶ୍ରୀ ଓ ତାଙ୍କ ପରିବାର ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀ ପାଇଁ କାର୍ଯ୍ୟ କରୁଥିଲେ। ହେଲେ ତାଙ୍କୁ ଅବହେଳା କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ପିସିସି ସଭାପତି କିମ୍ବା କୌଣସି କଂଗ୍ରେସ ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନାଯୋଗ୍ୟ, ବୁଧବାର ଝାରସୁଗୁଡ଼ା ବିଧାୟକ ନବ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ସେ ପିସିସିର କାର୍ଯ୍ୟକାରୀ ସଭାପତି ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ଖୁବ୍ଶୀଘ୍ର ବିଧାୟକ ପଦରୁ ବି ଇସ୍ତଫା ଦେବେ ବୋଲି ମଧ୍ୟ ସୂଚନା ମିଳିଛି। ଜାନୁଆରୀ ୨୪ ତାରିଖରେ ସେ ବିଜେଡିରେ ଯୋଗ ଦେବେ।
ଅନ୍ୟପକ୍ଷରେ ଗତକାଲି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି।
from Odisha Reporter http://bit.ly/2HsBTsC
No comments:
Post a Comment