ବରଫ ଅତଡ଼ା ଧସିବାରୁ ପୋତି ହୋଇଗଲା ଗାଡ଼ି, ୧୦ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ବରଫ ଅତଡ଼ା ଧସିବାରୁ ପୋତି ହୋଇଗଲା ଗାଡ଼ି, ୧୦ ନିଖୋଜ

ଲେହ: ଶୁକ୍ରବାର ସକାଳୁ ଲଦାଖରେ ଏକ ବଡ଼ ଧରଣର ଅଘଟ ଘଟିଛି। ଜମ୍ମୁ-କଶ୍ମୀରର ଖାରାଡୁଙ୍ଗ ଲାଲଠାରେ ଭୟଙ୍କର ଭାବେ ବରଫ ଅତଡ଼ାମାନ ଧସିବା ଆରମ୍ଭ ହୋଇଛି। ବରଫ ଅତଡ଼ା ତଳେ ଗୋଟିଏ ଗାଡ଼ି ପୋତି ହୋଇଯିବାରୁ ୧୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଏକ ସ୍କପ୍ରିଓରେ ୧୦ ଜଣ ଲୋକ ବରଫ ରାସ୍ତା ଅତିକ୍ରମ କରୁଥିଲେ। ଏହି ସମୟରେ ଗାଡ଼ିଟି ବରଫରେ ସୃଷ୍ଟି ହୋଇଥିବା ଏକ ପାଚେରୀକୁ ଧକ୍କା ଦେଇଥିଲା। ଫଳରେ ସେମାନେ ଗାଡ଼ି ସହ ବରଫ ଅତଡ଼ା ମଧ୍ୟରେ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି।

ମୋଟରଗାଡ଼ି ଯାତାୟାତ କରିପାରୁ ଥିବା ଖାରାଡୁଙ୍ଗ ଉତ୍ତର ଲେହରେ ରହିଛି। ଏହି ରାସ୍ତାଟି ଶାୟୋକ ଓ ନୁବାରା ଉପତ୍ୟକାକୁ ସଂଯୋଗ କରୁଛି।



from Odisha Reporter http://bit.ly/2RWUtxa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages