ନବୀନ ନିବାସ ଯିବାକୁ ଦେଲାନି ପୁଲିସ, ସଚିବାଳୟ ଗେଟରେ ଚୁଡ଼ି ବାନ୍ଧିଲା ମହିଳା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ନବୀନ ନିବାସ ଯିବାକୁ ଦେଲାନି ପୁଲିସ, ସଚିବାଳୟ ଗେଟରେ ଚୁଡ଼ି ବାନ୍ଧିଲା ମହିଳା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କ ବିରୁଦ୍ଧରେ ରାଜ୍ୟରେ ବଢ଼ୁଥିବା ହିଂସା ପ୍ରତିବାଦ ଓ ପିପିଲି ଗଣଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବିରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ଆଇନଅମାନ୍ୟ ଆନ୍ଦୋଳନ କରିଛି। ମୁଖମନ୍ତ୍ରୀଙ୍କୁ ନାଲିଚୁଡ଼ି ଭେଟି ଦେବା ପାଇଁ ଆଜି ନବୀନ ନିବାସ ଯିବାବେଳେ ଶିଶୁଭବନ ଛକ ନିକଟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିବାବେଳେ କିଛି ସଦସ୍ୟ ପୁଲିସକୁ ଚକମା ଦେଖାଇ ସଚିବାଳୟ ଗେଟରେ ନାଲି ଚୁଡ଼ି ବାନ୍ଧିବା ସହ ପୁଲିସ ଉପରକୁ ମଧ୍ୟ ଚୁଡ଼ି ଫିଙ୍ଗିଛନ୍ତି। ରାଜ୍ୟରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ବଢ଼ୁଥିବା ହିଂସାକୁ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଦର୍ଶାଇ ମହିଳା ମୋର୍ଚ୍ଚା ସମଗ୍ର ରାଜ୍ୟରୁ ମହିଳାଙ୍କଠୁ ନାଲିଚୁଡ଼ି ସଂଗ୍ରହ କରିଥିଲା।

ସୂଚନା ଅନୁସାରେ ପୂର୍ବ ଘୋଷଣା ଅନୁସାରେ ମହିଳା ମୋର୍ଚ୍ଚାର ସଦସ୍ୟମାନେ ଆଜି ଦଳୀୟ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ନବୀନ ନିବାସ ଅଭିମୁଖେ ବାହାରିଥିଲେ। ପୁଲିସ ସେମାନଙ୍କୁ ଶିଶୁଭବନ ଛକ ନିକଟରେ ଅଟକାଇବାରୁ ଉଭୟ ପକ୍ଷ ମଧ୍ୟ ଧସ୍ତାଧସ୍ତି ହୋଇଥିଲା। ଶିଶୁଭବନ ଛକ ନିକଟରେ ଥିବା ପୁଲିସ ବ୍ୟାରିକେଡରେ ମହିଳାମାନେ ନାଲିଚୁଡ଼ି ବାନ୍ଧି ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଲୋଗାନମାନ ଦେଇଥିଲେ। ପୁଲିସର ବଳପ୍ରୟୋଗ ଯୋଗୁ କିଛି ମହିଳା କର୍ମୀ ସେଠାରେ ଧାରଣାରେ ବସିଥିବାବେଳେ ଆଉ କିଛି ମହିଳା କର୍ମୀ ପୁଲିସକୁ ଚକମା ଦେଇ ସଚିବାଳୟ ସମ୍ମୁଖ ଗେଟ୍ ପାଖରେ ପହଞ୍ôଚଯାଇଥିଲେ। ଫାଟକରେ ଚୁଡ଼ି ବାନ୍ଧିବାକୁ ଉଦ୍ୟମ କରିବା ସହ ପୁଲିସ ସଙ୍ଗେ ଧସ୍ତାଧସ୍ତିବେଳେ ସେମାନଙ୍କ ଉପରକୁ ଚୁଡ଼ି ଫିଙ୍ଗିଥିବା ଜଣାପଡ଼ିଛି। ଗେଟ୍ ନିକଟରେ ପୁଲିସ ବ୍ୟବସ୍ଥା ଥିଲେ ମଧ୍ୟ ମହିଳାମାନେ ଚକମା ଦେଇ ଗୋଟିଏ ଗେଟରେ ନାଲିଚୁଡ଼ି ବାନ୍ଧିବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି।

ଆଜି ମହିଳା ମୋର୍ଚ୍ଚାର ଏହି କାର୍ଯ୍ୟକ୍ରମରେ ବିଜେପି ସାଂସଦ ରୂପା ଗାଙ୍ଗୁଲିଙ୍କ ସମେତ ରାଜ୍ୟ ମହିଳା ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ା, ବିଜେପି ନେତ୍ରୀ ମହେଶ୍ୱତା ରାୟ, ପିଙ୍କି ପ୍ରଧାନ, ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ସାମିଲ ହୋଇଥିଲେ। ଦଳୀୟ କାର୍ଯ୍ୟାଳୟରୁ ସେମାନେ ଏକ ବିଶାଳ ଶୋଭାଯାତ୍ରାରେ ସରକାରୀ ବିରୋଧୀ ସ୍ଲୋଗାନମାନ ଦେଇ ମାଷ୍ଟରକ୍ୟାଣ୍ଟିନ ଓ ରାଜମହଲ ଛକ ଦେଇ ଶିଶୁଭବନ ଛକ ନିକଟରେ ପହଞ୍ôଚଥିଲେ। ପିପିଲି ଗଣଦୁଷ୍କର୍ମ ଓ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିବା ସହ ମହିଳାଙ୍କୁ କେବେ ସୁରକ୍ଷା ମିଳିବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ନବୀନ ପଟ୍ଟନାୟକ ହାଏ ହାଏ-ଛି ଛି, ବିଜେଡି ସରକାର ଡାଉନ୍ ଡାଉନ ଆଦି ସ୍ଲୋଗାନ ଦେଇଥିଲେ।

ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀ ବିଫଳ ହୋଇଥିବାରୁ ତୁରନ୍ତ ଗାଦି ଛାଡ଼ିବାକୁ ବିଜେପି ନେତ୍ରୀମାନେ ଆହ୍ୱାନ ଦେବା ସହ ପିପିଲି ଗଣଦୁଷ୍କର୍ମ ଘଟଣାର ତଦନ୍ତ ଆଉଥରେ ସିବିଆଇ ଦ୍ୱାରା କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ପିପିଲି ଗଣଦୁଷ୍କର୍ମ ଓ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିବା ସହ ମହିଳାଙ୍କୁ କେବେ ସୁରକ୍ଷା ମିଳିବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ନବୀନ ପଟ୍ଟନାୟକ ହାଏ ହାଏ-ଛି ଛି, ବିଜେଡି ସରକାର ଡାଉନ୍ ଡାଉନ ଆଦି ସ୍ଲୋଗାନ ଦେଇଥିଲେ।



from Odisha Reporter http://bit.ly/2DoSjhH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages