
ନୂଆଦିଲ୍ଲୀ:ଆସିଛି ନୂଆ ବର୍ଷ। ତେବେ ଏହି ନବ ବର୍ଷରେ ଆରବିଆଇ ପକ୍ଷରୁ କେତେକ ନୂଆ ନିୟମ ମଧ୍ୟ ଲାଗୁ କରାଯାଇଛି। ନୂଆ ନିୟମ ଅନୁଯାୟୀ ୩୧ ଡିସେମ୍ବର ସୁଦ୍ଧା କେତେକ ଡେବିଟ୍ କାର୍ଡ଼ ଏବଂ କ୍ରେଡିଟ୍ କାର୍ଡ଼କୁ ଅଚଳ କରାଯାଇଛି। ସେହି ଅନୁଯାୟୀ ଏହି ଡେବିଟ୍ କାର୍ଡ଼ ଏବଂ କ୍ରେଡିଟ୍ କାର୍ଡ଼ ଜାନୁଆରୀ ୧ ତାରିଖରୁ କାମ କରୁ ନାହିଁ। ଆପଣ ବି ସେମିତି କିଛି ସମସ୍ୟାର ସମ୍ମୁଖୀନ ହୋଇଥିବେ। ତେବେ ଆସନ୍ତୁ ଘଟଣାର ପୃଷ୍ଟଭୂମିକୁ ଯିବା ।
ଆର୍ବିଆଇର ନୂଆ ନିୟମ ଅନୁଯାୟୀ ଯେଉଁ ଡେବିଟ୍ କାର୍ଡ଼ ଓ କ୍ରେଡିଟ୍ କାର୍ଡ଼ର ମ୍ୟାଗ୍ନେଟିକ୍ ଷ୍ଟ୍ରିପ୍(ମେଗା ଷ୍ଟ୍ରିପ୍) ସିଷ୍ଟମ୍ ଥିଲା ସେଗୁଡ଼ିକର ଅବଧି ସରିଯାଇଛି। ଆଉ ଏହି କାର୍ଡ଼ ଗୁଡ଼ିକୁ ବ୍ଲକ କରାଯାଇଛି। ଆରବିଆଇ ନିୟମ ଅନୁଯାୟୀ, ମେଗା ଷ୍ଟ୍ରିପ୍ ଥିବା ଏହି କାର୍ଡ଼ ଗୁଡ଼ିକର ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ଥିଲା। ଏହା ବଦଳରେ EMV ଚିପ୍ ଥିବା କାର୍ଡ଼କୁ ଅପ୍ଗ୍ରେଡ୍ କରାଯାଇଛି। ଯାହାକୁ ଆପଣ ଏବେ ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ନିଜର ନିକଟସ୍ଥ ବ୍ୟାଙ୍କ କିମ୍ବା ଆକାଉଣ୍ଟ ଥିବା ବ୍ୟାଙ୍କ ଯାଇ ଯୋଗାଯୋଗ କରିପାରିବେ।
ଯଦିବି ଆପଣଙ୍କର ମେଗା ଷ୍ଟ୍ରିପ୍ ଥିବା ଏଟିଏମ୍ କାର୍ଡ଼ ବନ୍ଦ ହୋଇଯାଇଛି ତେବେ ଏହା ଅନଲାଇନ୍ କାରବାର ଅର୍ଥାତ ଇଣ୍ଟରନେଟ୍ ବ୍ୟାଙ୍କିଂ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ମେଗା ଷ୍ଟ୍ରିପ୍ ଅପେକ୍ଷା EMV ଚିପ୍ ଥିବା କାର୍ଡ଼ରେ ଅଧିକ ଡାଟା ସଂରକ୍ଷଣ ଓ ଅଧିକ ସୁରକ୍ଷିତ ଥିବାରୁ ଆରବିଆଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
କେମିତି ଜାଣିବେ
ଆପଣଙ୍କ ଏଟିଏମ୍ କାର୍ଡ଼ରେ ଥିବା ଚିପ୍ ଯଦି ଗୋଲଡ୍ ଚିପ୍ ହୋଇ ନଥିବ ତେବେ ଏହା EMV ଚିପ୍ ନୁହଁ।
from Odisha Reporter http://bit.ly/2Qhixpv
No comments:
Post a Comment