ପୋଲ ତଳକୁ ବାଇକ୍‌ ଖସି ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ପୋଲ ତଳକୁ ବାଇକ୍‌ ଖସି ୨ ମୃତ

jajpur

ଯାଜପୁର (ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ହାଇଲେବୁଲ କେନାଲ ରାସ୍ତାର ଇମାମନଗର ନିକଟରେ ଏକ ପୋଲ ତଳକୁ ବାଇକ୍‌ ଖସି ପଡ଼ିବା କାରଣରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଜେନାପୁର ଥାନା ବାରମାଣ ଗ୍ରାମର ଟୁକୁନା ସାମଲ (୨୬) ଓ ପ୍ରକାଶ ଦେଉରୀ (୨୩)। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ବଡ଼ଚଣା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

jajpurଅଭିଯୋଗ ଅନୁସାରେ, ଗତକାଲି ଟୁକୁନା ଏବଂ ପ୍ରକାଶ ଏକ ବାଇକ୍‌ରେ ଜାରକାଠାରେ ଚାଲିଥିବା ଧର୍ମଶାଳା ମହୋତ୍ସବ ଦେଖିବାକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ରାତି ପ୍ରାୟ ୧୧ଟାରେ ହାଇଲେବୁଲ କେନାଲ ରାସ୍ତାର ଇମାମନଗର ନିକଟରେ ଥିବା ପୋଲରେ ଭାରସାମ୍ୟ ହରାଇ ବାଇକ ସହ ୩୦ଫୁଟ ତଳକୁ ଖସି ପିଡ଼ିଥିଲେ। ଫଳରେ ଘଟଣା ସ୍ଥଳରେ ଟୁକୁନାଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ପ୍ରକାଶଙ୍କୁ ପୁଲିସ ଉଦ୍ଧାର କରି ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥଇଲା। ହେଲେ କଟକ ନେବା ବାଟରେ ପ୍ରକାଶଙ୍କ ମୃତ୍ୟୁ ଘଟିଥିଲା।



from Odisha Reporter http://bit.ly/2F3dQ1r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages