ଆସିଲା ସଲମାନ୍‌ଙ୍କ ଫିଲ୍ମ ‘ଭାରତ୍‌’ର ଟିଜର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ଆସିଲା ସଲମାନ୍‌ଙ୍କ ଫିଲ୍ମ ‘ଭାରତ୍‌’ର ଟିଜର୍

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ରିଲିଜ୍‌ ହୋଇଯାଇଛି ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭାରତ’ର ଟିଜର୍। ସଲମାନ୍‌ ଖାନ୍‌ଙ୍କ ଫିଲ୍ମର ଅନେକ ଲମ୍ବା ସମୟରୁ ଅପେକ୍ଷା କରାଯାଉଛି। ଫିଲ୍ମରେ ସଲମାନ୍‌ ବିଭିନ୍ନ ଅନ୍ଦାଜ୍‌ରେ ନଜର ଆସିବେ। ରିଲିଜ୍‌ ହୋଇଥିବା ଟ୍ରେଲର୍‌ରେ ସଲମାନ୍‌ କେବେ ନୌ ସେନାରେ ତ କେବେ ପୁଣି କୋଇଲା ଖଣିରେ କାମ କରୁଥିବା ନଜର ଆସୁଛନ୍ତି। କେବଳ ଏତିକି ନୁହେଁ ସଲମାନ୍‌ ଫିଲ୍ମରେ ସର୍କସରେ ମଧ୍ୟ କାମ କରୁଛନ୍ତି।

‘ଭାରତ୍‌’ର ଟିଜର୍ ଦେଖିବା ପରେ ଲାଗୁଛି ଫିଲ୍ମଟି ପୂରା ପୂରି ଦବଙ୍ଗ ସଲମାନ୍‌ଙ୍କ ଷ୍ଟାଇଲ୍‌ରେ ହିଁ ହୋଇଛି। ଟିଜର୍‌ଟି ରିଲିଜ୍‌ ହେବାର ୨୪ ଘଣ୍ଟା ଭିତରେ ୨କୋଟିରୁ ଅଧିକ ଲୋକ ଦେଖିସାରିଲେଣି।

‘ଭାରତ୍‌’ରେ ସଲମାନ୍‌ଙ୍କ ଫେଭରାଇଟ୍‌ ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର୍‌ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ସଲମାନଙ୍କ ଫେଭରେଟ୍‌ କୋଷ୍ଟାର୍‌ କ୍ୟାଟ୍ରିନା ମଧ୍ୟ ନଜର ଆସିବେ। ଫିଲ୍ମର ଟିଜର୍‌ର ଆରମ୍ଭ ଭାରତ ବିଭାଜନରୁ ଆରମ୍ଭ ହୋଇଛି। ଏହାପରେ ସଲମାନ୍‌ ଜଣେ ନ୍ୟାଭି ଅଫିସର୍‌ ଲୁକ୍‌ରେ ଏକ ଯାହାଡ଼ ଉପରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଏହାପରେ ସଲମାନ ଏକ ବାଇକରେ ଷ୍ଟଣ୍ଟ କରୁଛନ୍ତି। ଶେଷରେ ସଲମାନ ଟିକେ ବୟସ୍କ ବ୍ୟକ୍ତିଙ୍କ ଲୁକ୍‌ରେ ବକ୍ସିଂ କରୁଥିବା ନଜର ଆସିଛନ୍ତି।

ଫିଲ୍ମରେ ସଲମାନ ଜାତିଧର୍ମ ଭେଦଭାବକୁ କଟାକ୍ଷ କରି ଏକ ଡାଇଲଗ୍‌ କହୁଛନ୍ତି। ଏହି ଡାଇଲଗ୍‌କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା। ଏହି ଡାଇଲଗ୍‌କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଡାଇଲଗ୍‌ଟି ହେଉଛି ‘ଇଶ୍ ଦେଶ୍ କେ ନାମ୍‌ ପର ମେରେ ବାଉଜୀନେ ମେରା ନାମ୍‌ ଭାରତ୍ ରଖା ହେ। ଇତନେ ବଡ଼େ ନାମ୍‌କେ ଆଗେ ଜାତି, ଧର୍ମ, ସରନେମ୍‌ ଲଗାକର, ମେ ନା ତୋ ଅପନା ଔର୍ ନା ହି ଇଶ୍‌ ଦେଶ୍‌କା ମାନ୍‌ କମ୍‌ କରନା ଚାହାତା ହୁଁ।’ ତେବେ ଡାଇଲଗ୍‌ରୁ ସଲମାନ୍‌ଙ୍କ ଫିଲ୍ମରେ ମଧ୍ୟ ଦେଶଭକ୍ତି ଦେଖିବାକୁ ମିଳିବ ବୋଲି ଅନୁମାନ୍‌ କରାଯାଉଛି।

ସଲମାନଙ୍କ ‘ଭାରତ୍’ ୨୦୧୪ରେ ଆସିଥିବା ଦକ୍ଷିଣ କୋରିଅନ୍‌ ଫିଲ୍ମ ‘ଓଡ୍‌ ଟୁ ମାଇଁ ଫାଦର୍‌’ର ରିମେକ୍‌। ଏହା କୋରିଆ ଯୁଦ୍ଧ ସମୟରେ ଏକ ଛୋଟ ପିଲା ତା ପରିବାରର ସୁରକ୍ଷାର ଦାୟିତ୍ୱ ନେଇଥିବା ଦର୍ଶାଯାଇଛି। ଫିଲ୍ମଟି ସବୁଥର ଭଳି ଏଥର ମଧ୍ୟ  ଇଦ୍‌ରେ ହିଁ ରିଲିଜ୍‌ ହେବ।

 



from Odisha Reporter http://bit.ly/2DB6aBG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages