
ନୂଆଦିଲ୍ଲୀ:ପୂର୍ବ ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସର ମହାସଚିବ ନିଯୁକ୍ତି ଦିଆଯିବାପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଉଭୟ କଂଗ୍ରେସ ଏବଂ ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସେ କହିଛନ୍ତି, “ଯୁବବର୍ଗଙ୍କୁ ସବୁ ସମୟରେ ସୁଯୋଗ ଦିଆଯିବାର ଆବଶ୍ୟକତା ରହିଛି। କଂଗ୍ରେସ ଏବଂ ଏହାର ଅଧ୍ୟକ୍ଷ ଠିକ୍ ନିଷ୍ପତ୍ତି ନେଇଥିବାରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି।”
ପୂର୍ବରୁ କୌଣସି ଚର୍ଚ୍ଚା ନଥିଲେ ମଧ୍ୟ ବୁଧବାର ପ୍ରିୟଙ୍କାଙ୍କ ସକ୍ରିୟ ରାଜନୀତିରେ ଯୋଗଦାନ ବାବଦରେ କଂଗ୍ରେସ ଘୋଷଣା କରିଥିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ କଂଗ୍ରେସର ବରିଷ୍ଠ ନେତାମାନେ ‘ଗେମ୍ ଚେଞ୍ଜର’ ବୋଲି କହି ପ୍ରଶଂସା କରିଥିଲେ।
ରାହୁଲ ନିଜ ନିର୍ବାଚନମଣ୍ଡଲୀ ଆମେଥି ଗସ୍ତରେ ଥିବା ସମୟରେ ଏହି ବିଷୟରେ ଘୋଷଣା କରାଯାଇଥିଲା। ସେ ନିଜ ଭଉଣୀଙ୍କୁ ରାଜନତି ପାଇଁ ‘ଯୋଗ୍ୟ’ ବୋଲି କହି ପ୍ରଶଂସା କରିଥିଲେ।
from Odisha Reporter http://bit.ly/2UdNHR2
No comments:
Post a Comment