ପରେଡ୍‌ ଦେଖି ଫେରୁଥିବା ବେଳେ ଗଲା ଦୁଇ ସାଙ୍ଗଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ପରେଡ୍‌ ଦେଖି ଫେରୁଥିବା ବେଳେ ଗଲା ଦୁଇ ସାଙ୍ଗଙ୍କ ଜୀବନ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସାଧାରଣତନ୍ତ୍ର ଦିବସ ପରେଡ୍ ଦେଖି ଘରକୁ ଫେରୁଥିବା ବେଳେ ଦୁଇ ଛାତ୍ରଙ୍କୁ ପିଟିଦେଲା ଟାଟା ଏସିଇ। ଫଳରେ ଘଟଣା ସ୍ଥଳରେ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାଉରକେଲାରେ ଘଟିଛି। ଦୁର୍ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।
ହରିଷ ଚନ୍ଦ୍ର ମୁର୍ମୁ ଓ ସୌମ୍ୟ ରଞ୍ଜନ ପାତ୍ର ସାର ନଗରୀର ଇସ୍ପାତ ଇଂଲିଶ ମିଡିଆମ୍‌ ସ୍କୁଲରେ ପଢ଼ନ୍ତି। ଆଜି ସାଧାରଣତନ୍ତ୍ର ଦିବସ ଥିବାରୁ ଦୁଇ ସାଙ୍ଗ ପରେଡ୍‌ ଦେଖି ଘରକୁ ଫେରୁଥିଲେ। ତେବେ ରାଉରକେଲା ନିକଟସ୍ଥ ସାର୍‌ ନଗରୀରେ ଏକ ଟାଟା ଏସିଇ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟାଟା ଏସିଇ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି।
ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି। ଏ ସମ୍ପର୍କରେ ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି। ଖବର ଲେଖାହେବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲିଥିବା ଜଣାପଡ଼ିଛି।



from Odisha Reporter http://bit.ly/2Ug5NSD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages