
ନୂଆଦିଲ୍ଲୀ:ବେଳେ ବେଳେ ଅଦ୍ଭୁତ ଘଟଣା ସବୁ ସାମ୍ନାକୁ ଆସେ। ଯାହା ଖୁବ୍ ଆଶ୍ଚର୍ଯ୍ୟ ମନେ ହୁଏ। ଏବେ ସେମିତି ଏକ ଚର୍ଚ୍ଚିତ ଖବର ସାମ୍ନାକୁ ଆସିଛି। ଆମେରିକାରେ ଇଲିନଇସ୍ରେ ଏକ ହସପିଟାଲ୍ରେ ଗୋଟିଏ ବିଭାଗରେ କାମ କରୁଥିବା ୭ ଜଣ ନର୍ସ ଏକସଙ୍ଗେ ଗର୍ଭବତୀ ହୋଇଛନ୍ତି। ତେବେ ଖୁସିର କଥା ହେଉଛି ସମ୍ପୃକ୍ତ ୭ ଜଣ ନର୍ସ ପ୍ରସବ କରିବା ପରେ ସେମାନଙ୍କ ନବଜନ୍ମିତ ଶିଶୁଙ୍କ ସହ ଗ୍ରୁପ ଫଟୋ ଉଠାଇ ସୋଶାଲ ମିଡିଆରେ ଶେଆର କରିଛନ୍ତି।
ପ୍ରସୂତି ବିଭାଗରେ କାମ କରୁଥିବା ଏହି ନର୍ସମାନେ ଗୋଟିଏ ସମୟରେ ଗର୍ଭବତୀ ହେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହି ଫଟୋ ସେସନ୍ ସମୟରେ ନର୍ସମାନେ ସେମାନଙ୍କ ଡ୍ରେସ୍ ପଛରେ ୧ରୁ୭ ନମ୍ବର ପର୍ଯ୍ୟନ୍ତ ଉଲ୍ଲେଖ କରିଥିଲେ। ହସପିଟାଲ ପକ୍ଷରୁ ଏହି ଫଟୋ ସେଠାରେ ଲଗାଯାଇଥିଲା ଯାହାର କ୍ୟାପସନ୍ ଥିଲା-ଆମ ନର୍ସମାନେ ଯାହା କରନ୍ତି ଆମେ ତାକୁ ପସନ୍ଦ କରୁ।

ସମସ୍ତ ପିଲା ଅଗଷ୍ଟରୁ ଡିସେମ୍ବର ମାସରେ ଜନ୍ମ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୨ ଜଣ ନର୍ସ ସେମାନଙ୍କ ପିଲାଙ୍କ ନାମ ଏକା ରଖିଛନ୍ତି। ଏହା ପୂର୍ବରୁ ଆଣ୍ଡରସନ୍ ହସପିଟାଲରେ ନର୍ସମାନେ ଗର୍ଭବତୀ ଥିବା ସମୟରେ ଫଟୋସେସନ୍ କରି ସୋଶାଲ୍ ମିଡିଆରେ ଶେଆର କରିଥିଲେ। ଗର୍ଭବତୀ ଥିବା ବେଳେ ସାଧାରଣତଃ ମହିଳାମାନେ ନିଜକୁ ସମସ୍ତଙ୍କ ନଜରରୁ ଦୂରେଇ ରଖିଥାଆନ୍ତି ଓ ବାହାରକୁ ଆସିବାକୁ ଏକପ୍ରକାର ସଙ୍କୋଚ ଓ ଲଜ୍ଜା ଅନୁଭବ କରିଥାଆନ୍ତି।
ହେଲେ ଏବେ ସମୟ ବଦଳିଛି। ଏବେ ଗର୍ଭବତୀ ମହିଳାମାନେ ଫଟୋ ଉଠାଇ ସୋଶାଲ ମିଡିଆରେ ଶେଆର କରି ନିଜକୁ ମାତୃତ୍ୱ ଲାଭ ନେଇ ଗର୍ବ ଅନୁଭବ କରୁଛନ୍ତି। ଏହି ଟ୍ରେଣ୍ଟ କେବଳ ଯେ, ପାଶ୍ଚାତ୍ୟ ରାଷ୍ଟ୍ରରେ ସୀମିତ ଅଛି ତାହା ନୁହେଁ, ଭାରତରେ ମଧ୍ୟ ଏହା ଦେଖିବାକୁ ମିଳୁଛି।
from Odisha Reporter http://bit.ly/2FtqPde
No comments:
Post a Comment