ବଡ଼ଧରଣର ଚାଷୀ ଆନ୍ଦୋଳନ ପାଇଁ ଚାଲିଛି ପ୍ରସ୍ତୁତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ବଡ଼ଧରଣର ଚାଷୀ ଆନ୍ଦୋଳନ ପାଇଁ ଚାଲିଛି ପ୍ରସ୍ତୁତି

farmer

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ଘୋଷଣା ସତ୍ତ୍ୱେ ଏବେ ରାଜ୍ୟରେ ବଡ଼ଧରଣର ଚାଷୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ନବନିର୍ମାଣ କୃଷକ ସଂଗଠନ ବ୍ୟାନରରେ ଫେବୃୟାରୀ ପ୍ରଥମ ସପ୍ତାହରେ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ନବନିର୍ମାଣ କୃଷକ ସଂଗଠନର ଜାତୀୟ ଆବାହକ ଅକ୍ଷୟ କୁମାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୮ତାରିଖରେ ରାଜଭବନ ସମ୍ମୁଖରେ ପ୍ରାୟ ୨ହଜାର ଚାଷୀଙ୍କ ଉପସ୍ଥିତିରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଜାନୁୟାରୀ ୩୧ ତାରିଖ ପରେ ବିଶାଳ କାର୍ଯ୍ୟକ୍ରମ କରାଯିବ ଏବଂ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଏଥିପାଇଁ ଏବେ ଜିଲ୍ଲାୱାରୀ ଚାଷୀ ନେତାମାନଙ୍କର ବୈଠକ ଅନୁଷ୍ଠିତ ହେଉଛି।

‘କାଳିଆ’ ଯୋଜନାରେ ରାଜ୍ୟ ସରକାର ‘ଲଲିପପ’ ଦେଇ ଯେଉଁଭଳି ଭଣ୍ଡେଇବାକୁ ପ୍ରୟାସ କରୁଛନ୍ତି ସେ ସମ୍ପର୍କରେ ମଧ୍ୟ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଫସଲ ପାଇଁ ୫ହଜାର ଟଙ୍କା ସହାୟତା ଦେବାକୁ ସରକାର ଯେଉଁ ଘୋଷଣା କରିଛନ୍ତି ତାହା ନୂଆ କଥା ନୁହେଁ। ନାବାର୍ଡ ଦୀର୍ଘଦିନ ଧରି ଏବାବଦରେ ପାଣ୍ଠି ଦେଇଛି, ଯାହାକୁ ସରକାର ପକାଇ ରଖିଥିଲେ। ଚାଷୀଙ୍କ ପାଇଁ ପ୍ରେଷ୍ଟିଜ୍, ପ୍ରାଇସ ଓ ପେନସନ୍ ଦାବି କରାଯାଉଥିବାବେଳେ ସରକାର ‘କାଳିଆ’ ଯୋଜନା ଘୋଷଣା କରିଛନ୍ତି ଯାହା ବାସ୍ତବ ସମସ୍ୟାକୁ ଦୂର କରିପାରିବ ନାହିଁ।

ଚାଷୀ ନେତା ଅକ୍ଷୟ କୁମାର କହିଛନ୍ତି, ଜଣେ ଚାଷୀ ୨୦ବର୍ଷ ଚାଷ କରିବା ପରେ ତାକୁ ମାସିକ ୫ହଜାର ଟଙ୍କା ପ୍ରଦାନ କରିବା ପାଇଁ ସଂଗଠନ ଦାବି କରୁଛି। ଏବାବଦରେ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୩୬ଲକ୍ଷ ଚାଷୀଙ୍କ ପାଇଁ ୨୧ହଜାର ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଗଲେ ତାହା ସମ୍ପୃକ୍ତ ଚାଷୀକୁ ସାମାଜିକ ସୁରକ୍ଷା ପ୍ରଦାନ କରିପାରିବ। କିନ୍ତୁ ସରକାର ସେ ବ୍ୟବସ୍ଥା ନକରି ଫସଲ ସହାୟତା ଦେବା ଘୋଷଣା କରିଛନ୍ତି। ଚାଷୀର ସାମାଜିକ ସ୍ଥିତି ପ୍ରଥମେ ସୁରକ୍ଷିତ ରହିବା ଜରୁରୀ, ତା’ନହେଲେ ତା’ର ପିଲା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେବ। ସଂଗଠନ ଚାହୁଁଛି ସରକାର ପ୍ରଥମେ ଚାଷୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରନ୍ତୁ ତା’ପରେ ଯାଇ ଜୀବିକା ନିର୍ବାହ ପାଇଁ କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ।

ସେହିପରି ଧାନ ଏମଏସପି ଉପରେ ଓଡ଼ିଶା ସରକାର ବୋନସ ଘୋଷଣା କରିବା ପରିବର୍ତ୍ତେ ଦିଲ୍ଲୀରେ ଚାଷୀ ସମାବେଶର ପ୍ରହସନ କରିବାକୁ ଯାଉଛନ୍ତି। ଛତିଶଗଡ଼ ଭଳି ପ୍ରଥମେ ଧାନ କ୍ୱିଣ୍ଟାଲ ପିଛା ୫୦୦ଟଙ୍କା ବୋନସ ଘୋଷଣା କରି କେନ୍ଦ୍ର ସରକାରଠାରୁ ଅଧିକ ଦାବି କରିପାରିଥାନ୍ତେ ବୋଲି ଅକ୍ଷୟ କୁମାର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ପୂର୍ବରୁ ସଂଗଠନ ଆନ୍ଦୋଳନ କରୁଥିବାବେଳେ ତା’ର ନେତୃତ୍ୱ ନେଉଥିବା ସୌମ୍ୟ ପଟ୍ଟନାୟକଙ୍କୁ ରାଜ୍ୟସଭାର ମୋହ ଦେଖାଇ ନେଇଗଲେ। ଭାବିଥିଲେ ଚାଷୀ ଆନ୍ଦୋଳନ ଦୁର୍ବଳ ହୋଇଯିବ। କିନ୍ତୁ ଗତ ନଭେମ୍ବର ମାସରେ ତା’ର ଝଲକ ସରକାର ଦେଖିସାରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ବ୍ୟାପକ ହେବ ବୋଲି ଶ୍ରୀ କୁମାର ଚେତାବନୀ ଦେଇଛନ୍ତି।



from Odisha Reporter http://bit.ly/2QcCrSM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages