
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ସତ୍ୟପାଠ ଦାଖଲ କରିବା ପାଇଁ ଅଧିକ ସମୟ ଦିଆଯାଇଛି। ଆସନ୍ତା ଜାନୁଆରୀ ୩୧ ପର୍ଯ୍ୟନ୍ତ ଜମାକାରୀମାନେ ଚିଟ୍ଫଣ୍ଡ କମିଶନ୍ ଜଷ୍ଟିସ୍ ମଦନ ମୋହନ ଦାସଙ୍କ ନିକଟରେ ସତ୍ୟପାଠ ଦାଖଲ କରିପାରିବେ।
ପୂର୍ବରୁ ୮ଲକ୍ଷ ୧୭ହଜାର ସତ୍ୟପାଠ କମିଶନଙ୍କ ହସ୍ତଗତ ହୋଇଥିଲା। ଏହାପରେ ନଭେମ୍ବର ୧୬ରେ ଜମାକାରୀମାନେ ସାନି ସତ୍ୟପାଠ ଦାଖଲ କରିପାରିବେ ବୋଲି ଘୋଷଣା କରାଯାଇଥିଲା। ଏଥିପାଇଁ ଶେଷ ତାରିଖ ଡିସେମ୍ବର ୩୧ ତାରିଖ ଧାର୍ଯ୍ୟ କରାଯାଇଥିଲା। ତେବେ ଏହି ସମୟ ମଧ୍ୟରେ ଅନେକ କ୍ଷତିଗ୍ରସ୍ତ ଜମାକାରୀ ସତ୍ୟପାଠ ଦାଖଲ କରିପାରି ନଥିବାରୁ ଏହି ଅବଧିକୁ ବଢ଼ାଇ ଦିଆଯାଇଛି।
from Odisha Reporter http://bit.ly/2D0CM7D
No comments:
Post a Comment