ପ୍ରତିବର୍ଷ ଡଙ୍ଗାବୁଡ଼ିରେ ଯାଉଛି ଜୀବନ, ଏହା ପଛରେ ରହିଛି ଏଇ ସବୁ କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ପ୍ରତିବର୍ଷ ଡଙ୍ଗାବୁଡ଼ିରେ ଯାଉଛି ଜୀବନ, ଏହା ପଛରେ ରହିଛି ଏଇ ସବୁ କାରଣ

boat2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମହାନଦୀ ମୁହାଣର ନିପାଣିଆରେ ଗତକାଲି ଡଙ୍ଗା ବୁଡ଼ି ୯ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ଆଉ ଜଣେ ୬ ବର୍ଷ ଶିଶୁ ନିଖୋଜ ଅଛି।

ଗତକାଲିର ଏ ଘଟଣା ନିହାତି ଚିନ୍ତାଜନକ ବିଷୟ। କାରଣ ପ୍ରତିବର୍ଷ ରାଜ୍ୟର କେଉଁଠି ନା କେଉଁଠି ବଡ଼ ଓ ଛୋଟ ଡଙ୍ଗାବୁଡ଼ି ଘଟଣା ଘଟୁଛି ଏବଂ ଲୋକଙ୍କ ଜୀବନ ଯାଉଛି।
୨୦୧୪ ମସିହାରେ ପିକ୍‌ନିକ୍ ସାରି ଫେରୁଥିବା ବେଳେ ହୀରାକୁଦ ଡ୍ୟାମ୍‌ରେ ଏକ ଡଙ୍ଗା ବୁଡ଼ି ଯାଇଥିଲା। ଏଥିରେ ୩୦ରୁ ଅଧିକ ଲୋକଙ୍କର ସଳିଳ ସମାଧି ହୋଇଥିଲା। କେବଳ ରାଜ୍ୟ କାହିଁକି, ସାରା ଦେଶରେ ଏହି ଖବର ଚହଳ ପକାଇଥିଲା।

ସେହିପରି ୨୦୧୫ ମସିହାରେ ସାତଭାୟା ଅଞ୍ଚଳର ବାଉଁଶଗଳି ନଦୀରେ ମଧ୍ୟ ଏକ ଡଙ୍ଗାବୁଡ଼ି ଯାଇଥିଲା। ଏଥିରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ।

୨୦୧୬ ମସିହା ଡିସେମ୍ବରରେ ଚିଲିକାରେ ଏକ ଡଙ୍ଗା ବୁଡ଼ି ଯାଇଥିଲା। ଏଥିରେ ୪ ଜଣଙ୍କର ଜୀବନ ଯାଇଥିଲା।

୨୦୧୮ ମସିହାରେ ଜୁନ୍‌ରେ ଚିଲିକାରେ ଆଉ ଏକ ଡଙ୍ଗା ବୁଡ଼ି ଯାଇଥିଲା। କିଛି ଲୋକ କାଳିଜାଇ ବୁଲିବାକୁ ଯାଇଥିବା ବେଳେ କାଳ ବୈଶାଖୀ ହେବାରୁ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା।

ସମସ୍ତ ଘଟଣାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଦେଶୀ ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ଯାତ୍ରା କରିବା ଓ ଲାଇଫ୍ ଜାକେଟ୍ ବ୍ୟବହାର ନ କରିବା ଆଦି ଏହି ସବୁ ଡଙ୍ଗାବୁଡ଼ି ମୃତ୍ୟୁର ଅସଲି କାରଣ।

ଏହା ସାଙ୍ଗକୁ ପ୍ରଶାସନର ଢିଲା ମନୋଭାବ, ବିନା ଲାଇସେନସ୍‌ରେ ଡଙ୍ଗା ଚଳାଇବା, ଲାଇସେନସ୍ ଥିଲେ ବି ନିୟମ କାନୁନ ପାଳନ ନ କରିବା, ଅଘଟଣ ହେଲେ ଜୀବନ ରକ୍ଷାକାରୀ ପଦକ୍ଷେପ ପାଇଁ ଆଗୁଆ ପ୍ରସ୍ତୁତ ନ ରହିବା କାରଣରୁ ବାରମ୍ବାର ଡଙ୍ଗା ବୁଡ଼ିରେ ଜୀବନ ଯାଉଛି।

ଗତକାଲି ଘଟଣାରେ କେନ୍ଦ୍ରାପଡ଼ା ଏସ୍‌ପି କହିଛନ୍ତି ଯେ ଯେଉଁ ଡଙ୍ଗାଟି ବୁଡ଼ିଛି ସେଥିରେ କ୍ଷମତାଠାରୁ ଅଧିକ ଲୋକ ବସିଥିଲେ। ଡଙ୍ଗାଟିରେ ୫୫ ଜଣ ଯାତ୍ରୀ ବସିଥିଲେ। ଏସ୍‌ପିଙ୍କ କହିବା ଅନୁଯାୟୀ ଏଥିରେ ୧୦ ଜଣ ଲୋକ ବସିବା କଥା।

ଏବେ ମଧ୍ୟ ଅନେକ ସ୍ଥାନରେ ବିପଦ ସଙ୍କୁଳ ଅବସ୍ଥାରେ ଦେଶୀ ଡଙ୍ଗାରେ ଲୋକେ ନଦୀ ପାର୍ ହେଉଛନ୍ତି। ସେଥିରେ ଗାଡ଼ିମଟର ବି ପାର୍ କରାଉଛନ୍ତି।



from Odisha Reporter http://bit.ly/2F4E9EO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages