
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆପଣ ସାଧାରଣତଃ ବିରି ବା ଅଟା ଚକୁଳି ଖାଇବାକୁ ଭଲ ପାଉଥିବେ। ଆଜି ଆମେ ଏକ ନିଆରା ସ୍ୱାଦର ‘ସୁଜି ଚକୁଳି’ ପ୍ରସ୍ତୁତି ସମ୍ପର୍କରେ ଆପଣଙ୍କୁ ଟିପ୍ସ୍ ଦେବୁ।
ଆବଶ୍ୟକ ସାମଗ୍ରୀ: ସୁଜି, ଆଳୁ, ପିଆଜ, ରିଫାଇନ୍ ତେଲ ଏବଂ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ଭଳ ଭାବେ ଧୋଇ ଟିକି ଟିକି କରି କାଟି ଦିଅନ୍ତୁ। କିଛି ପିଆଜକୁ ମଧ୍ୟ ଚୁନା ଚୁନା କରି କାଟନ୍ତୁ। କଟା ଆଳୁ ଓ କଟା ପିଆଜକୁ ଭଲ କରି ମିଶାଇ ଦେଇ ଏଥିରେ ସୁଜି ଆଉ ପାଣି ଦେଇ ଗୋଳାନ୍ତୁ। ଏବେ ଗ୍ୟାସ୍ରେ ଏକ ତାୱା ବସାଇ ଗରମ କରନ୍ତୁ। ତାୱା ଗରମ ହୋଇଗଲା ପରେ ସେଥିରେ ରିଫାଇନ୍ ତେଲ ଭଲ କରି ଲଗାଇ ଦିଅନ୍ତୁ। ତାୱାରେ ତେଲ ଭଲ କରି ଗରମ ହେଲା ପରେ ଗୋଳା ହୋଇ ରହିଥିବା ସୁଜିକୁ ପକାଇ ହାତରେ ଥାପି ଦେଇ ଏହାର ଚାରି ପାଖରେ ତେଲ ବୁଲେଇ ଦିଅନ୍ତୁ। ଅଳ୍ପ ଆଞ୍ଚରେ ଏହାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ଏହାକୁ ଏକ ପାତ୍ରକୁ କାଢି ଗରମା ଗରମ ‘ସୁଜି ଚକୁଳି’ ପରଷନ୍ତୁ।
from Odisha Reporter http://bit.ly/2StOjSe
No comments:
Post a Comment