
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଲ୍ବମ୍ରୁ ବଡ଼ ପରଦା, ହିଟ୍ରୁ ସୁପରହିଟ୍। ଫିଲ୍ମ ଜଗତରେ ଗୋଟେ ପରେ ଗୋଟେ ପାହାଚ ଚଢି ଆଜି ଅନୁଭବ ଗୋଟିଏ ଏମିତି ନାଁ ହୋଇଯାଇଛି ଯାହା ଆଜି ପ୍ରତି ଓଡିଆ ସିନେ ପ୍ରେମିଙ୍କ ହୃଦୟରେ ରହିଯାଇଛି। ଓଲିଉଡ୍ରେ ପାଦ ଥାପିବାକୁ ଆଜି ଅନୁଭବଙ୍କୁ ପୂରିଛି ୧୫ବର୍ଷ ।
୨୦୦୪ ମସିହା ୧୧ଜାନୁଆୟୀରୀରେ ସେ ‘ଆଇ ଲଭ୍ ୟୁ’ ଫିଲ୍ମ ମାଧ୍ୟମରେ ଓଲିଉଡ୍ରେ ପାଦ ଥାପି ଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ହରପଟ୍ଟନାୟକ।
ତେବେ ସଫଳ ଭାବେ ୧୫ବର୍ଷ ପୂର୍ତ୍ତିକୁ ନେଇ ଅନୁଭବ ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ଓଡିଆ ଚଳଚ୍ଚିତ୍ର ଜଗତରେ ୧୫ଟି ସୁନେଲି ବର୍ଷ ଅତିକ୍ରମ କଲି। ତେଣୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହିଁବି ମୋର ଲକ୍ଷ ଲକ୍ଷ ପ୍ରଶଂସକ, ଶୁଭେଚ୍ଛୁ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ। ଓଡିଶାବାସୀଙ୍କ ଭଲ ପାଇବା ଏବଂ ପ୍ରୋତ୍ସାହନ ମତେ ଆଜି ଏଠି ପହଞ୍ଚାଇ ପାରିଛି।”
ଏଥିସହ ସେ ତାଙ୍କ ପରବର୍ତ୍ତୀ ସିନେମା ବିଷୟରେ ଘୋଷଣା କରିବାକୁ ଯାଉଛନ୍ତି। ଆସନ୍ତା ୧୫ ତାରିଖ କଟକ ଆନନ୍ଦ ଭବନସ୍ଥିତ ଖ୍ରୀଷ୍ଟିୟାନ୍ ପଡିଆଠାରେ ସେ ତାଙ୍କ ପ୍ରଶଂସକମାନଙ୍କ ସହ ଭେଟ ହୋଇ ତାଙ୍କ ଆଗାମୀ ଚଳଚ୍ଚିତ୍ରର ପ୍ରଥମ୍ ଲୁକ୍ ସେୟାର କରିବେ ବୋଲି କହିଛନ୍ତି। ଏଥିସହ ଏହି ସିନେମା ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସିନେମା ହେବାକୁ ଯାଉଛି ବୋଲି ଅନୁଭବ କହିଛନ୍ତି।
from Odisha Reporter http://bit.ly/2M8vT72
No comments:
Post a Comment