ଅଷ୍ଟ୍ରେଲିଆରେ ପ୍ରଥମ ଭାରତୀୟ ଭାବେ ରୋହିତ କଲେ ଏହି ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଅଷ୍ଟ୍ରେଲିଆରେ ପ୍ରଥମ ଭାରତୀୟ ଭାବେ ରୋହିତ କଲେ ଏହି ରେକର୍ଡ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ସୀମିତ ଓଭର୍‌ ଟିମର ଉପ ଅଧିନାୟକ ତଥା ଓପନର୍‌ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ବିସ୍ଫୋରକ ଶତକ ହାସଲ କରିଛନ୍ତି। ସେ ୧୨୭ଟି ବଲ୍‌ରେ ୧୩୩ ରନ୍‌ର ଇନିଂସ୍‌ ଖେଳିଥିଲେ ହେଁ ଭାରତ ପ୍ରଥମ ଦିନିକିଆରେ ପରାସ୍ତ ହୋଇଛି। କିନ୍ତୁ ରୋହିତ ଏଭଳି ଶତକ ହାସଲ କରି ଅଷ୍ଟ୍ରେଲିଆରେ ରେକର୍ଡ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଅଷ୍ଟ୍ରେଲିଆରେ ୫ଟି ଶତକ ହାସଲ କରିଛନ୍ତି। ସେହିପରି ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ କ୍ରମାଗତ ୪ର୍ଥ ଥର ପାଇଁ ୫୦ରୁ ଅଧିକ ରନ୍‌ କରିବାର ରେକର୍ଡ କରିଛନ୍ତି।

୩୧ ବର୍ଷୀୟ ରୋହିତ ଶର୍ମାଙ୍କ ଏହା ୨୨ ତମ ଦିନିକିଆ ଶତକ ଥିଲା। ସେହିପରି ଆଜିର ଶତକ ପରେ ସେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମକକ୍ଷ ହୋଇଛନ୍ତି।

ଗାଙ୍ଗୁଲି ତାଙ୍କ ଦିନିକିଆ କ୍ୟାରିୟର୍‌ରେ ୨୨ଟି ଶତକ ହାସଲ କରିଥିଲେ। ରୋହିତ ଆଜି ତାଙ୍କ କ୍ୟାରିୟରର ୧୯୪ତମ ଦିନିକିଆ ଖେଳୁଥିବା ବେଳେ ୧୧୦ଟି ବଲରେ ୨୨ତମ ଶତକ ହାସଲ କରିଛନ୍ତି। ଗାଙ୍ଗୁଲି ୩୧୧ଟି ମ୍ୟାଚ୍‌ରେ ୨୨ଟି ଶତକ ହାସଲ କରିଥିଲେ। ଗାଙ୍ଗୁଲି ଓ ରୋହିତଙ୍କ ପରେ ଦିନିକିଆରେ ଶ୍ରୀଲଙ୍କାର ତିଲକରତ୍ନେ ଦିଲଶାନ୍‌ ୨୨ଟି ଶତକ ହାସଲ କରିଛନ୍ତି। ୨୨ତମ ଶତକ କରିବା ପରେ ରୋହିତ ବିଶ୍ୱର ୯ମ ଖେଳାଳି।

ଦିନିକିଆରେ ସର୍ବାଧିକ ଶତକ ସଚିନ୍‌ ତେନ୍ଦୁଲକରଙ୍କ ନାଁରେ ରହିଛି। ସେ ୪୬୩ଟି ମ୍ୟାଚ୍‌ରେ ୪୯ଟି ଶତକ ହାସଲ କରିଛନ୍ତି। ତାଙ୍କ ପଛକୁ ବିରାଟ୍‌ କୋହଲି ୩୮ଟି ଶତକ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ରିକି ପଣ୍ଟିଂ(୩୦), ସନଥ ଜୟସୂରିୟା(୨୮), ହାସିମ ଅମଲା(୨୬),ଏବି ଡିଭିଲୟର୍ସ(୨୫), କୁମାର ସାଙ୍ଗାକାର(୨୫) ଓ କ୍ରିସ୍‌ ଗେଲ୍‌(୨୩) ଶତକ ହାସଲ କରିଛନ୍ତି।



from Odisha Reporter http://bit.ly/2SPqXH1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages