ଶିକୁଳିରେ ବନ୍ଧା ଜୀବନ: ସମସ୍ତେ ଥାଇ ବି ଆଜି ରାସ୍ତାର ଭିକାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଶିକୁଳିରେ ବନ୍ଧା ଜୀବନ: ସମସ୍ତେ ଥାଇ ବି ଆଜି ରାସ୍ତାର ଭିକାରି

berhampur

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଲୁହା ଶିକୁଳିରେ ବନ୍ଧା ହୋଇଛି ଦୁଇ ଗୋଡ଼। ଦୁଇ ହାତକୁ ମଧ୍ୟ ସେହିଭଳି ଲୁହା କଡ଼ିରେ ବନ୍ଧା ଯାଇଛି। ଏପରି ଅବସ୍ଥାରେ ବୁଲି ବୁଲି ଭିକ୍ଷାବୃତ୍ତି କରୁଛନ୍ତି ଜଣେ ବୃଦ୍ଧ। ଦିନେ ନୁହେଁ କି ଦୁଇଦିନ ନୁହେଁ, ବର୍ଷ ବର୍ଷ ହେବ ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖୁଛନ୍ତି। ହେଲେ ବୃଦ୍ଧଙ୍କୁ ଶିକୁଳି ମୁକ୍ତ କରିବାକୁ କେହି କେବେ ପ୍ରୟାସ କରିନାହାନ୍ତି। ଏ ହେଉଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ପାଟପୁର ଅଞ୍ଚଳର ଘଟଣା।

berhampurଏପରି ଦୟନୀୟ ଅବସ୍ଥାରେ ବୁଲୁଥିବା ବୃଦ୍ଧଙ୍କ ପଛରେ ଥିବା ଲୋକଙ୍କ ପରିବାର ବିଷୟରେ ଆଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କାରଣ ନିଜ ପରିବାର ପାଇଁ ବୃଦ୍ଧ ଜଣଙ୍କ ଏପରି ଶିକୁଳି ବନ୍ଧା ଅବସ୍ଥାରେ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହେଉଛନ୍ତି। ଘରେ ସ୍ତ୍ରୀ, ପୁଅ, ବହୁ, ଝିଅ ଓ ଅନ୍ୟମାନେ ଅଛନ୍ତି। ହେଲେ ବୃଦ୍ଧଙ୍କ ପାଇଁ ଦୁଆର ବନ୍ଧ ଲକ୍ଷ୍ମଣରେଖା ସଦୃଶ ହୋଇଛି। ତାକୁ ପାର କରି ଘର ଭିତରକୁ ଯିବାକୁ ତାଙ୍କୁ ମନା।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାଟପୁର ନିକଟସ୍ଥ ପଳାସପୁର ଗାଁରେ ଏହି ବୃଦ୍ଧଙ୍କ ଘର ରହିଛି। ମାନସିକ ରୋଗ ଯୋଗୁ ବୃଦ୍ଧ ଜଣଙ୍କ ଅତୀତରେ କିଛି ଅଘଟଣ କରି ବସିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଏପରି ଜୀବନ ଜିଇଁବାକୁ ବାଧ୍ୟ କରିଛନ୍ତି। ଡାକ୍ତରଖାନା ନେଇ ତାଙ୍କ ଚିକିତ୍ସା କରିବା ପରିବର୍ତ୍ତେ ହାତଗୋଡ଼ରେ ଶିକୁଳି ପକାଇ ରାସ୍ତାରେ ଛାଡ଼ି ଦେଇଛନ୍ତି।

berhampurପାଟପୁର ରାସ୍ତାରେ ମାଗିଯାଚି ଯାହା ପାଉଛନ୍ତି ସେତିକି ଖାଇ ଏଠି ସେଠି ଶୋଇଯାଉଛନ୍ତି। ସମସ୍ତେ ଥାଇ ବି ଆଜି ଆହା ପଦେ କହିବାକୁ ତାଙ୍କ ପାଖରେ କେହି ନାହିଁ। ପରିବାର ଲୋକେ ତାଙ୍କୁ ଘରକୁ ନେଉ ନାହାନ୍ତି। ଏପଟେ ତାଙ୍କ ଗୋଡ଼ ଓ ହାତରେ କେଉଁମାନେ ଶିକୁଳି ବାନ୍ଧିଛନ୍ତି ସେ ସମ୍ପର୍କରେ ମଧ୍ୟ ବୃଦ୍ଧ ଜଣଙ୍କ ଠିକ୍‌ରେ କହିପାରୁ ନାହାନ୍ତି।

ଏନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ କହିଛନ୍ତି, “ବୃଦ୍ଧଙ୍କ ଘରକୁ ଯାଇ ବିଡିଓ ପଚରାଉଚରା କରିଛନ୍ତି। ଆମେ ତାଙ୍କୁ ଶିକୁଳିରୁ ମୁକ୍ତ କରି ଥଇଥାନ କରିବା ପାଇଁ ଯୋଜନା କରୁଛୁ। ତାଙ୍କ ପରିବାର ସହିତ ବୃଦ୍ଧଙ୍କୁ ରଖାଯିବ, ନହେଲେ ତାଙ୍କୁ ଶେଲଟର୍ ହୋମ୍‌ରେ ରଖାଯିବ।”



from Odisha Reporter http://bit.ly/2AHSOBL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages