ସୁପ୍ରିମକୋର୍ଟରେ ପାଣ୍ଡ୍ୟା-ରାହୁଲ ମାମଲା: ଆସନ୍ତା ସପ୍ତାହରେ ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ସୁପ୍ରିମକୋର୍ଟରେ ପାଣ୍ଡ୍ୟା-ରାହୁଲ ମାମଲା: ଆସନ୍ତା ସପ୍ତାହରେ ଶୁଣାଣି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟସ୍‌ମ୍ୟାନ୍‌ କେଏଲ ରାହୁଲଙ୍କୁ ଟିଭି ଶୋରେ ଅରୁଚିକର ମନ୍ତବ୍ୟ ଦେଇଥିବାରୁ ବିସିସିଆଇ ଦୁହିଁଙ୍କୁ ନିଲମ୍ବିତ କରିଛି। ଏବେ ଏମାନଙ୍କ ନାଁରେ ଆସିଥିବା ଅଭିଯୋଗର ତଦନ୍ତ କରିବା ପାଇଁ ବିସିସିଆଇରେ ଜଣେ ଅମବୁଡସମ୍ୟାନ୍‌ ନିଯୁକ୍ତ କରିବାକୁ ଚାହିଁଛି। ଏଭଳି ନିଯୁକ୍ତି ପାଇଁ ସିଓଏ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟ ଆସନ୍ତା ସପ୍ତାହରେ ଏହାର ଶୁଣାଣି କରିବେ ବୋଲି କହିଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବଡେ ଓ ଜଷ୍ଟିସ ଏଏମ୍‌ ସାପ୍ରେ କହିଛନ୍ତି,“ ଆସନ୍ତା ସପ୍ତାହରେ ନୂଆ ଆମିକସ୍‌ କ୍ୟୁରୀ ଭାବେ ଏହି ମାମଲାରେ ବରିଷ୍ଠ ଆଇନ୍‌ଜୀବୀ ପିଏସ୍‌ ନରସିଂହା ଦାୟିତ୍ୱ ନେବେ।

ଏହାପରେ ଏହି ମାମଲାର ଶୁଣାଣି ହେବ। ପୂର୍ବରୁ ବିସିସିଆଇ ଓ ସିଓଏର ସମସ୍ତ ମାମଲାରେ ଆମିକସ କ୍ୟୁରୀ ଭାବେ ଗୋପାଳ ସୁବ୍ରମଣିୟମ କାର୍ଯ୍ୟ କରୁଥିଲେ।

ହେଲେ ସେ ନିଜ ଆଡ଼ୁ ଏହି ମାମଲାରୁ ଦୂରେଇ ଯାଇଥିଲେ। ଏହାପରେ ସୁପ୍ରିମକୋର୍ଟ ଶ୍ରୀ ନରସିଂହାଙ୍କୁ ଆମିକସ କ୍ୟୁରୀ ଭାବେ ନିଯୁକ୍ତି ଦେଇଥିଲେ। ଏବେ ନୂଆ ଆମିକସ୍‌ କ୍ୟୁରୀ ଆସିବା ପରେ ହିଁ ପାଣ୍ଡ୍ୟା ଓ ରାହୁଲଙ୍କ ଘଟଣାର ତଦନ୍ତ ପାଇଁ ଅମବୁଡସମ୍ୟାନ୍‌ ନିଯୁକ୍ତି ଯେବେ କି ନାହିଁ, ତା’ ସ୍ଥିର ହେବ।

ଏହାପରେ ଅମବୁଡସମ୍ୟାନ୍‌ କେବେ ତାଙ୍କର ତଦନ୍ତ ରିପୋର୍ଟ ଦେବେ ସେକଥା ମଧ୍ୟ କେହି ଜାଣିନାହାନ୍ତି। ଏପରି ସ୍ଥିତିରେ ଉଭୟ କ୍ରିକେଟରଙ୍କ କ୍ୟାରିୟର ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



from Odisha Reporter http://bit.ly/2FJpiPg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages