ଆସିଲା ‘ଲାଇଫ୍ ଇନ୍‌ ଏ ମେଟ୍ରୋ’ ସିକ୍ୱେଲର ଫାଷ୍ଟ୍‌ ଲୁକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଆସିଲା ‘ଲାଇଫ୍ ଇନ୍‌ ଏ ମେଟ୍ରୋ’ ସିକ୍ୱେଲର ଫାଷ୍ଟ୍‌ ଲୁକ୍

ମୁମ୍ବାଇ: ଖୁବ୍‌ଶୀଘ୍ର ଆସୁଛି ୨୦୦୭ର ସୁପର୍‌ ହିଟ୍‌ ଫିଲ୍ମ ‘ଲାଇଫ୍ ଇନ୍ ଏ ମେଟ୍ରୋ’ର ସିକ୍ୱେଲ୍‌। ଏଥିରେ ଅଭିନେତା ରାଜ୍‌କୁମାର ରାଓ ଓ ଦଙ୍ଗଲ୍‌ ଗର୍ଲ ଫାତିମା ଶେଖ୍ ସାନାଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିବ। ଫିଲ୍ମର ଟାଇଟଲ୍‌ ଏଯାଏ ସ୍ଥିର ହୋଇନାହିଁ। କିନ୍ତୁ ଏହି ଅପ୍‌କମିଂ ମୁଭିର ଶୁଟିଂ ଆରମ୍ଭ ହୋଇଗଲାଣି। ଏବେ ଭୋପାଲ୍‌ରେ ଏହାର ଶୁଟିଂ ଚାଲିଛି। ଅଭିନେତା ରାଜ୍‌କୁମାର୍‌ ନିଜ ଟ୍ୱିଟର୍‌ରେ ଫିଲ୍ମର ଫାଷ୍ଟ୍‌ ଲୁକ୍‌କୁ ଶେଆର୍‌ ମଧ୍ୟ କରିଛନ୍ତି।

ରାଜ୍‌କୁମାର୍‌ ଶେଆର୍‌ କରିଥିବା ଫଟୋରେ ସେ ଫାତିମାଙ୍କ ସହ ଏକ ନଦୀ କୂଳରେ ଛିଡ଼ା ହୋଇ ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ଏକ ଫେମସ୍‌ ଡ୍ୟାନ୍‌ସ୍‌ରେ ଷ୍ଟେପ୍‌ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଉଭୟ ରାଜ୍‌କୁମାର୍‌ ଓ ଫାତିମା ଏହି ଫିଲ୍ମ୍‌ରେ ୮୦ ଓ ୯୦ ଦଶକର ଲୁକ୍‌ରେ ନଜର ଆସିଛନ୍ତି। ଫଟୋରୁ ଜଣାପଡ଼ୁଛି ଏହା ଫିଲ୍ମ୍‌ର କୌଣସି ଏକ ଗୀତର ସିନ୍‌।

ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅନୁରାଗ୍ ବାସୁ। ରାଜ୍‌କୁମାର୍ ରାଓ ଓ ଫାତିମା ସାନା ଶେଖ୍‌ଙ୍କ ବ୍ୟତୀତ ଅଭିଷେକ ବଚ୍ଚନ, ଆଦିତ୍ୟ ରାୟ କପୁର୍‌ ଓ ପଙ୍କଜ୍‌ ତ୍ରିପାଠୀଙ୍କୁ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ଉଲ୍ଲେଖଯୋଗ୍ୟ, ଫିଲ୍ମ ‘ଲାଇଫ୍ ଇନ୍ ଏ ମେଟ୍ରୋ’ ୨୦୦୭ରେ ପରଦାକୁ ଆସିଥିଲା। ଏହି ମଲ୍ଟି ଷ୍ଟାରର୍‌ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଅନୁରାଗ ବାସୁ ଦେଇଥିଲେ। ଏଥିରେ କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ନଫିସା ଅଲ୍ଲୀ, ଶିଳ୍ପା ସେଟ୍ଟୀ, ସାଇନି ଆହୁଜା, କଙ୍ଗନା ରାନାୱତ୍‌, ସର୍ମନ ଯୋଶୀ, କୋଙ୍କଣା ସେନ୍ ଶର୍ମା ଓ ଇର୍ଫାନ୍‌ ଖାନ୍‌ ପ୍ରଭୃତି ଅଭିନୟ କରିଥିଲେ। ଫିଲ୍ମଟି ମୁମ୍ବାଇରେ ରହୁଥିବା ୯ ଜଣଙ୍କ ସଂଘର୍ଷର କାହାଣୀକୁ ନେଇ ହୋଇଥିଲା, ଯାହାକୁ ଦର୍ଶକଙ୍କ ଥମ୍‌ସ୍‌ ଅପ୍‌ ବି ମିଳିଥିଲା। ଫିଲ୍ମର ଗୀତଗୁଡ଼ିକ ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା।



from Odisha Reporter http://bit.ly/2T13um3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages