ବକ୍ସ ଅଫିସ୍‌ରେ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’କୁ ଟକ୍କର ଦେବ ‘ଉରି-ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ବକ୍ସ ଅଫିସ୍‌ରେ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’କୁ ଟକ୍କର ଦେବ ‘ଉରି-ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍’

ମୁମ୍ବାଇ: ଫିଲ୍ମି ଫ୍ରାଇଡେ’ରେ ରିଲିଜ୍‌ ହେଉଛି ଦୁଇଟି ବଲିଉଡ୍‌ ମୁଭି। ଶୁକ୍ରବାର ବକ୍ସ ଅଫିସ୍‌ରେ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’କୁ ଟକ୍କର୍‌ ଦେବ ‘ଉରି-ଦ ସର୍ଜିକାଲ୍ ଷ୍ଟ୍ରାଇକ୍‌’। କଶ୍ମୀରର ଉରି ଆର୍ମି ବେସ୍‌ କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଜବାବ୍‌ରେ ପାକିସ୍ତାନ୍‌ ଅଧିକୃତ ଅଞ୍ଚଳରେ ଭାରତୀୟ ସେନାର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହିଁ ‘ଉରି-ଦ ସର୍ଜିକାଲ୍ ଷ୍ଟ୍ରାଇକ୍‌’ର କାହାଣୀ।

ଆଦିତ୍ୟ ଧର ନିର୍ଦ୍ଦେଶିତ ଏହି ଫିଲ୍ମରେ ବିକ୍କି କୌଶଲ୍‌, ୟାମୀ ଗୌତମ ଓ ପରେଶ ରାୱଲ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଭାରତୀୟ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପରେ ଭାରତୀୟ ଯବାନଙ୍କ କାର୍ଯ୍ୟାନୁଷ୍ଠାନ ଆଦିକୁ ନିଖୁଣ ଭାବେ ପରଦା ଉପରକୁ ଆଣିବାକୁ ଏଥିରେ ଉଦ୍ୟମ କରାଯାଇଛି।

୨୦୧୬ ସେପେ୍ଟମ୍ବର ୧୮ରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ହମ୍‌ଲାରେ କଶ୍ମୀର୍‌ର ଉରି ବେସ୍‌ କ୍ୟାମ୍ପର ୧୯ ଯବାନ ସହିଦ୍ ହୋଇଥିଲେ। ସାରା ଦେଶ ଏହି ଆକ୍ରମଣର ବଦ୍‌ଲା ନେବାକୁ ଚାହୁଁଥିବାବେଳେ ୨୦୧୬ ସେପେ୍ଟମ୍ବର ୨୮-୨୯ର ମଧ୍ୟରାତ୍ରିରେ ହୋଇଥିଲା ସର୍ଜିକାଲ ଷ୍ଟ୍ରାଇକ୍‌। ଆତଙ୍କବାଦୀଙ୍କ ଟ୍ରେନିଂ ଏବଂ ଲଞ୍ଚିଂ ପ୍ୟାଡ୍‌କୁ ଧ୍ୱଂସ କରି ସୁରକ୍ଷିତ ଭାବେ ଫେରି ଆସିଥିଲେ ଭାରତୀୟ ଯବାନ। ଏହି ଦେଶାତ୍ମବୋଧକ କାହାଣୀକୁ ଦର୍ଶକଙ୍କ ଥମ୍ବସ-ଅପ୍‌ ମିଳିବ ବୋଲି ଫିଲ୍ମର ପ୍ରଯୋଜକ ଓ ସାରା କ୍ରୀଉ ଆଶାବାଦୀ ଅଛନ୍ତି।

ରାଜନୀତିକ ଡ୍ରାମା ଉପରେ ଆଧାରିତ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର୍‌’ ସହ ଯବାନଙ୍କ ସାହସିକତାକୁ ନେଇ ପ୍ରସ୍ତୁତ ‘ଉରି-ଦ ସର୍ଜିକାଲ୍ ଷ୍ଟ୍ରାଇକ୍‌’ର ବକ୍ସ ଅଫିସ୍‌ରେ କଡା ମୁକାବିଲା ହେବ ବୋଲି ଆଶା କରାଯାଉଛି।



from Odisha Reporter http://bit.ly/2H22GvO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages