
ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ନରସିଂହପୁର ଗାଁର ଜଣେ ଶ୍ରମିକଙ୍କ ତେଲେଙ୍ଗାନାର କରିମ ନଗର ଅଞ୍ଚଳରେ ମୃତ୍ୟୁ ଘଟିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଛି। ମୃତ ଶ୍ରମିକ ହେଲେ ମନୋରଞ୍ଜନ ମହାପାତ୍ର। ଗ୍ରାନାଇଟ୍ କ୍ୱାରିରେ ପଥର ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ଘଟିଛି। ମନୋରଞ୍ଜନଙ୍କ ମୃତ୍ୟୁର ଦିନକ ପରେ କ୍ୱାରୀ ମାଲିକ ତାଙ୍କ ପରିବାରକୁ ଖବର ଦେଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଦୁଇଦିନ ତଳେ ମନୋରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ମାଲିକ ମୃତଦେହକୁ ଏକ ଆମ୍ୱୁଲାନ୍ସରେ ତାଙ୍କ ଘରକୁ ପଠାଇ ଥିଲେ। ଆଜି ତାଙ୍କର ମୃତଦେହ ଗାଁରେ ଆସି ପହଞ୍ଚିଛି। ଏହାସହିତ ମାଲିକ ୧୫ ହଜାର ଟଙ୍କା ମଧ୍ୟ ପଠାଇଛନ୍ତି।
ଅନ୍ୟପକ୍ଷରେ ମନୋରଞ୍ଜନଙ୍କ ମୃତଦେହ ପହଞ୍ଚିବା ପରେ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକେ ଅଧିକ କ୍ଷତିପୂରଣ ପାଇଁ ଦାବି କରିଛନ୍ତି। ଏଥିସହ ତାଙ୍କ ମୃତ୍ୟୁ ନେଇ ତୁରନ୍ତ କାହିଁକି ଅବଗତ କରାଗଲା ନାହିଁ ବୋଲି ଏନେଇ ମନୋରଞ୍ଜନ ପରିବାର ଲୋକେ ନୀଳଗିରି ଥାନାରେ ଏକ ମାମଲା ରୁଜୁ କରିଛନ୍ତି।
from Odisha Reporter http://bit.ly/2Ce7dFG
No comments:
Post a Comment