କମେଡ଼ି କିଙ୍ଗ୍‌ ଦେବେ ଆଉ ଏକ ରିସେପ୍‌ସନ୍‌ ପାର୍ଟି, ସାମିଲ୍‌ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

କମେଡ଼ି କିଙ୍ଗ୍‌ ଦେବେ ଆଉ ଏକ ରିସେପ୍‌ସନ୍‌ ପାର୍ଟି, ସାମିଲ୍‌ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ମୁମ୍ବାଇ:ସରିନି କମେଡ଼ି କିଙ୍ଗ୍‌ କପିଲ୍‌ ଶର୍ମାଙ୍କ ବାହାଘରର ସେଲିବ୍ରେସନ୍। ଅମ୍ରିତ୍‌ସର୍‌ ଓ ମୁମ୍ବାଇରେ ଦୁଇଟି ରିସେପ୍‌ସନ୍‌ ପାର୍ଟି ଦେଇ ସାରିବା ପରେ କପିଲ୍‌ ଏବେ ତୃତୀୟ ପାର୍ଟି ଦେବେ ବୋଲି ଶୁଣିବାକୁ ମିଳିଛି।

ଚର୍ଚ୍ଚା ହେଉଛି, ପ୍ରଥମେ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟଙ୍କୁ ଏବଂ ଦ୍ୱିତୀୟ ପାର୍ଟିଟି ବଲିଉଡ୍‌ ସେଲିବ୍ରିଟିଙ୍କ ପାଇଁ ଥିବାବେଳେ ତୃତୀୟ ପାର୍ଟିକୁ କେବଳ ପଲିଟିସିଆନ୍‌ଙ୍କ ନିମନ୍ତ୍ରଣ କରାଯିବ। କମେଡ଼ି କିଙ୍ଗ୍‌ ଏହି ପାର୍ଟିରେ ରାଜଧାନୀ ଦିଲ୍ଲୀରେ ଦେବେ। କପିଲ୍‌ ଓ ତାଙ୍କ ପତ୍ନୀ ଗିନ୍ନିଙ୍କ ଏହି ଆଗାମୀ ରିସେପ୍‌ସନ୍‌ ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି କୁହାଯାଉଛି।

ସମସ୍ତେ ଜଣନ୍ତି, ମୋଦିଙ୍କ ସହ କପିଲ୍‌ଙ୍କର ଘନିଷ୍ଠ ସମ୍ପର୍କ ରହିଛି। ତେଣୁ ଆଶା କରାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦି କପିଲ୍‌ଙ୍କ ଏହି ତୃତୀୟ ରିସେପସନ୍‌ ପାର୍ଟିରେ ସାମିଲ୍‌ ହେବେ। ତେବେ କପିଲ୍‌ଙ୍କ ଏହି ଦିଲ୍ଲୀ ରିସେପସନ୍‌ ପାର୍ଟି କେବେ ହେବ, ଏ ଯାଏ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ।  ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦି ପ୍ରିୟଙ୍କା ଚୋପ୍ରାଙ୍କ ବାହାଘର ରିସେପ୍‌ସନ୍‌ ପାର୍ଟିରେ ମଧ୍ୟ ସାମିଲ ହୋଇଥିଲେ।

ନିକଟରେ ମୁମ୍ବାଇ ନ୍ୟାସନାଲ୍‌ ମ୍ୟୁଜିୟମ୍‌ ଅଫ୍‌ ଇଣ୍ଡିଆନ୍ ସିନେମାର ଉଦ୍‌ଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କପିଲ୍‌ଙ୍କର ସାକ୍ଷାତ ହୋଇଥିଲା। ଏହାର ଏକ ଫଟୋ ମଧ୍ୟ କପିଲ୍‌ ସୋଶାଲ୍‌ ମିଡିଆରେ ଶେଆର୍‌ କରିଥିଲେ।

କପିଲ୍‌ ନିଜର ଲଙ୍ଗ୍‌ ଟାଇମ୍‌ ଗର୍ଲଫ୍ରେଣ୍ଡ ଗିନ୍ନି ଚତର୍ଥଙ୍କୁ ଗତ ଡିସେମ୍ବର ୧୨-୧୩ରେ ବିବାହ କରିଥିଲେ। ଏହାପରେ  ଡିସେମ୍ବର ୧୪ରେ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବଙ୍କ ପାଇଁ ଅମ୍ରିତ୍‌ସର୍‌ରେ ରିସେପସନ୍ ପାର୍ଟି ଦେଇଥିବାବେଳେ ପରେ ମୁମ୍ବାଇରେ ବଲିଉଡ୍‌ ସେଲେବ୍ରିଟିଙ୍କ ପାଇଁ ଅନ୍ୟ ଏକ  ରିସେପସନ୍‌ ପାର୍ଟି ରଖିଥିଲେ।

କପିଲ୍‌ ଏବେ ସଲମାନ୍‌ ଖାନ୍‌ଙ୍କ ପ୍ରଯୋଜନାରେ ‘କପିଲ୍‌ ଶର୍ମା ଶୋ’ଜରିଆରେ କମ୍‌ବ୍ୟାକ୍‌ କରିଛନ୍ତି। ଏହାକୁ ଦର୍ଶକଙ୍କ ଭଲ ରେସ୍‌ପନ୍‌ସ୍‌ ମିଳୁଛି। ଶୋ’ର ଟିଆର୍‌ପି ଟପ୍‌-୫ରେ ରହିଛି।



from Odisha Reporter http://bit.ly/2DwgISE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages