
ମାଉଣ୍ଟ ମାଙ୍ଗନୁଇଁ: ଦିନକୁ ଦିନ ଟିମ୍ ଇଣ୍ଡିଆକୁ ନୂଆ ଖେଳାଳି ଆସୁଛନ୍ତି। ବିଶେଷ କରି ପୃଥ୍ୱୀ ଶ’ ଓ ଶୁଭମନ୍ ଗିଲଙ୍କ ଭଳି ଖେଳାଳି ଏବେ ଭାରତୀୟ ଟିମ୍ରେ ସାମିଲ ହେଇଥିବାରୁ ଦଳ ମଧ୍ୟରେ ସ୍ଥାନ ପାଇଁ ପ୍ରତିଯୋଗିତାର ଆରମ୍ଭ ହୋଇଯାଇଛି। ନୂଆ ଖେଳାଳିମାନେ ଏତେ ଦକ୍ଷ ଯେ ଏମିତି ପୂର୍ବରୁ ଭାରତୀୟ କ୍ରିକେଟ୍ରେ କେବେ ଘଟି ନଥିଲା। ତେଣୁ ଏବେ ଟିମ୍ ଇଣ୍ଡିଆ ଅଧିକ ଶକ୍ତିଶାଳୀ ହେଉଛି ବୋଲି ଦଳର ଓପନର ଶିଖର ଧୱନ୍ କହିଛନ୍ତି।
ଭାରତ ନାପିଅରର ପ୍ରଥମ ଦିନିକିଆ ଜିତିବା ପରେ ଏବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ପାଇଁ ତୌରଙ୍ଗାର ମାଉଣ୍ଟ ମାଙ୍ଗନୁଇଁ ଗସ୍ତ କରିଛି। ଆସନ୍ତାକାଲି ବେ ଓଭାଲ ଷ୍ଟାଡିୟମ୍ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। ଏହାପୂର୍ବରୁ ଶିଖର ଧୱନ ଦଳକୁ ନେଇ ବଡ଼ ବୟାନ ଦେଇଛନ୍ତି। ଆଗକୁ ବିଶ୍ୱକପ୍ ଥିବାରୁ ଦଳ ମଧ୍ୟକ୍ରମକୁ ନେଇ ବେଶ ପରୀକ୍ଷା ନିରାକ୍ଷା ଜାରି ରଖିଛି।
ଏପରି ସ୍ଥିତିରେ ଧୱନ କହିଛନ୍ତି,“ ମୁଁ ଭାବୁଛି ଯୁବ ଖେଳାଳିମାନ ଏବେ ବେଶ ଦକ୍ଷତା ପ୍ରଦର୍ଶନ କରି ଭାରତୀୟ ଟିମ୍ରେ ସ୍ଥାନ ହାସଲ କରିବାକୁ ଉଦ୍ୟମ କରୁଛନ୍ତି। ଏହି କାରଣରୁ ଦଳ ମଧ୍ୟରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ତୀବ୍ର ପ୍ରତିଯୋଗିତା ଦେଖିବାକୁ ମିଳୁଛି। ସମସ୍ତେ ନିଜ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରୁଛନ୍ତି।
ପୃଥ୍ୱୀ ଶ’ ଯେଉଁଭଳି ଭାରତୀୟ ଟେଷ୍ଟ ଟିମ୍କୁ ଆସି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶତକ ଓ ୭୦ ରନ୍ର ଇନିଂସ୍ ଖେଳିଲେ, ଏଥିରୁ ଆମ ବେଞ୍ଚର ଶକ୍ତି ମଧ୍ୟ ଯଥେଷ୍ଟ ରହିଥିବା ପ୍ରମାଣିତ ହୋଇଛି। ତେଣୁ ୧୫ ଜଣିଆ ସ୍କ୍ୱାଡ୍ ପାଇଁ ଆମ ମଧ୍ୟରେ ପ୍ରତିଯୋଗିତା ହେଉଛି।”
ପ୍ରଥମ ଦିନିକିଆରେ ଧୱନ୍ ନିଜ ଦିନିକିଆ ଅନ୍ତର୍ଜାତୀୟ କ୍ୟାରିୟରର ୫ ହଜାର ରନ୍ ପୂରଣ କରିଥିଲେ।
from Odisha Reporter http://bit.ly/2COGxM2
No comments:
Post a Comment