ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

deadbody

ନବରଙ୍ଗପୁର (ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଳା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଗୁମିଦରା ଗାଁରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଛି।

ମୃତକ ଦ୍ୱୟ ହେଲେ ଗାଁର ବନବାସୀ ଦଣ୍ଡସେନା (୨୨) ଓ ଶ୍ୱାତୀ ପାଇକ (୨୦)। ସେମାନେ ପରସ୍ପରକୁ ଭଲ ପାଉଥିଲେ ବୋଲି କୁହାଯାଉଛି। ତେବେ ପୁଅ ଘର ଲୋକେ ସେମାନଙ୍କ ପ୍ରେମକୁ ସ୍ୱୀକାର କରୁ ନଥିଲେ ବୋଲି ଶୁଣିବାକୁ ମିଳିଛି। ତେଣୁ ସେମାନେ ଆତ୍ମହତ୍ୟା କରିଥାଇ ପାରିଥାଆନ୍ତି ବୋଲି ଅନୁମାନ କରାଯାଉଛି।

ଗତକାଲି ରାତିରେ ଖାଇ ସାରିବା ପରେ ସେମାନେ ନିଜ ନିଜ ଘରୁ ବାହାରି ଯାଇଥିଲେ। ସେମାନେ ଘରେ ରାତିରେ ନଥିବା ନେଇ ତାଙ୍କ ପରିବାର ଲୋକେ ଜାଣି ନଥିଲେ ବୋଲି କହିଛନ୍ତି।
ଆଜି ସକାଳେ ଲୋକେ ସେମାନଙ୍କ ମୃତଦେହକୁ କାଜୁ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଝିଅଟି ଓଢ଼ଣୀରେ ଝୁଲି ପଡ଼ିଥିବା ବେଳେ ପୁଅଟି ଏକ ଲୁଙ୍ଗିରେ ଝୁଲିଥିଲା।

ପାପଡ଼ାହାଣ୍ଡି ପୁଲିସ୍ ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।



from Odisha Reporter http://bit.ly/2Rmu50c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages